କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ନିଆରା ଢଙ୍ଗରେ ପାଳିତ ହେଲା ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ

କେନ୍ୟୁଜ୍(ବ୍ୟୁରୋ):  ଆଜି ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ । ସାରା ବିଶ୍ଵରେ ଏହି ଦିନ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱରରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଜୈନ ଫାଉଣ୍ଡେସନ୍‌ ତରଫରୁ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ୱାର୍ଲଡ୍‌ ଅଟିଜିମ୍‌ ଆଓ୍ଵାରନେସ ଡେ ପାଳନ କରାଯାଇଥିଲା । ଅଟିଜିମ୍‌ ସମ୍ପର୍କରେ ସଚେତନ କରିବା ପାଇଁ ଏହି ଅବସରରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା ।

 କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ଅଶୋକ ପଣ୍ଡା ଏହି ରାଲିକୁ ଉଦଘାଟନ କରିଥିଲେ । କିଟ୍‌ ପରିସରରୁ ବାହାରି ବରମୁଣ୍ଡା ସ୍ଥିତ ଜୈନ ଫାଉଣ୍ଡେସନରେ ପହଞ୍ଚିଥିଲା ସାଇକେଲ ରାଲି । ଏଥିରେ ପ୍ରାୟ ୧୦୦ ରୁ ଅଧିକ ସାଇକେଲ ଆରୋହୀ ସାମିଲ ହୋଇଥିଲେ । ଅଟିଜିମ୍‌ କୌଣସି ରୋଗ ନୁହେଁ, ସଠିକ୍‌ ସମୟରେ ଥେରାପୀ ଓ ଚିକିତ୍ସା କଲେ ଅଜିଟିମ୍‌ ପିଲା ସକ୍ଷମ ହୋଇପାରିବେ ବୋଲି ବାର୍ତ୍ତା ଦେଇଛି ଏହି ସାଇକେଲ ରାଲି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.