Categories: ରାଜ୍ୟ

ବିଶ୍ୱ କବି ମହାକୁମ୍ଭର ଉଦ୍‌ଘାଟନୀ ଦିବସରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡି ଲିଟ୍‌ ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍): ବିଶ୍ୱ କବି ମହାକୁମ୍ଭର ଉଦ୍‌ଘାଟନୀ ଦିବସରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡି ଲିଟ୍‌ ପ୍ରଦାନ କରାଯାଇଛି। ପ୍ରଖ୍ୟାତ ସାହିତ୍ୟିକ ରସ୍କିନ୍‌ ବଣ୍ଡ ପାଇଛନ୍ତି ଡି ଲିଟ୍‌ ସମ୍ମାନ । ରସ୍କିନ ବଣ୍ଡ ହେଉଛନ୍ତି ବ୍ରିଟିଶ ବଂଶୋଦ୍ଭବ ସମସାମୟିକ ଭାରତୀୟ ଲେଖକ । ଶିଶୁ ସାହିତ୍ୟରେ ପ୍ରେରଣାଦାୟୀ ଲେଖାକୁ ନେଇ ସେ ବେଶ୍‌ ଲୋକପ୍ରିୟ । ସେହିପରି ଡି ଲିଟ୍‌ ସମ୍ମାନ ପାଇଛନ୍ତି ଗଣେଶ ହାଲୋଇ । ଭାରତର ଜଣେ ବିଶିଷ୍ଟ ଚିତ୍ରଶିଳ୍ପୀ । ଗଣେଶ ହାଲୋଇ ଜଣେ ପ୍ରକୃତି ପ୍ରେମୀ । ପ୍ରକୃତି ତାଙ୍କ ପ୍ରେରଣାର ମୁଖ୍ୟ ଉତ୍ସ । ପରିଦୃଶ୍ୟ ଅଙ୍କନରେ ସେ ସିଦ୍ଧହସ୍ତ । ୧୯୭୧ରୁ ସମସାମୟିକ ଶିଳ୍ପୀ ସମାଜର ସେ ସଦସ୍ୟ ଅଛନ୍ତି । ଗତ ୬ ଦଶନ୍ଧିରେ ନିଜର ପ୍ରଚଣ୍ଡ ପ୍ରତିଭା ପାଇଁ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି ଗଣେଶ ହାଲୋଇ । ସେହିପରି ସାହିତ୍ୟକୁ ନେଇ ଗାନ୍ଧୀ ପୁରସ୍କାର ପାଇଛନ୍ତି ଆଚାର୍ଯ୍ୟ ଭାବାନନ୍ଦ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲୋକକଥାର ଅନୁଧ୍ୟାନକାରୀ ଓ ସାଂସ୍କୃତିକ ମାନବ ବିଜ୍ଞାନୀ। ବହୁ ସଂଖ୍ୟାରେ ଓଡ଼ିଆ ଓ ଇଂରାଜୀ ପୁସ୍ତକ ଲେଖିଛନ୍ତି। ଆଚାର୍ଯ୍ୟ ଭାବାନନ୍ଦ ଗାନ୍ଧୀବାଦର ଗବେଷଣା ନେଇ ବେଶ ଜଣାଶୁଣା। ଜଣେ ଦକ୍ଷ ସ୍ତମ୍ଭକାର ଓ ସାହିତ୍ୟ ସାମଲୋଚକ ଭାବେ ତାଙ୍କର ବେଶ ଖ୍ୟାତି ରହିଛି।

KNews Bureau

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

5 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

30 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago