ରାଜ୍ୟ

କୋଭିଡ ଗାଇଡ ଲାଇନ ଅନୁସାରେ ବଡ ସମାଗମ ହୋଇପାରିବ ନାହିଁ: ସ୍ଥଗିତ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼(କେନ୍ଯୁଜ୍) : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସ୍ଥଗିତ । ଏ ନେଇ ବରଗଡ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ହୋଇଛି । ବର୍ତ୍ତମାନର କୋଭିଡ ଗାଇଡ ଲାଇନ ଅନୁସାରେ ବଡ ସମାଗମ ହୋଇପାରିବ ନାହିଁ ।

ଜାନୁଆରୀ ମାସ ଗାଇଡ ଲାଇନ ଆସିଲେ ସେହି ଅନୁସାରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଛନ୍ତି । ଗତବର୍ଷ ବି ଧନୁଯାତ୍ରା ହୋଇପାରିନଥିଲା ।

କୋଭିଡ ଗାଇଡ ଲାଇନକୁ ଗୁରୁତ୍ବ ଦେଇ ନୂଆବର୍ଷରେ ଦର୍ଶନ ବ୍ଯବସ୍ଥା ବନ୍ଦ:

ଅନ୍ଯପଟେ ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହେବାପରେ ଚଳିତ ମାସ ୩୧ ତାରିଖ ଓ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିରରେ  ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ଯବସ୍ଥା ବନ୍ଦ ରଖାଯାଇଛି।  ଚଳିତ ମାସ ୧୬ ତାରିଖରୁ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ଯନ୍ତ ପହିଲି ଭୋଗ ନୀତି ର୍ନିଘଣ୍ଟ ହୋଇଛି । ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ର୍ନିଘଣ୍ଟ ଚୂଡାନ୍ତ ହୋଇଛି ।

ସକାଳ ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି ।ନୂତନ sop ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ସମୟ ପରିବର୍ତ୍ତନ କରାଯିବ । ସକାଳ ୫.୩୦ରୁ ୯.୩୦ପର୍ଯ୍ଯନ୍ତ ଦର୍ଶନ ଚାଲିବ। ବନକ ଲାଗି ଓ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ । ସେମାନେ ପାର୍ଶ୍ୱ ଦେବାଦେବୀ, ଗରୁଡ଼ ସ୍ତମ୍ଭ ସମେତ ମହାପ୍ରସାଦ ସେବନ କରିପାରିବେ।

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

3 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

5 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

45 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

60 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago