ରାଜ୍ୟ

ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ଚଳଚଞ୍ଚଳ ନରେନ୍ଦ୍ର ପୁଷ୍କରିଣୀ, ୨୧ ଦିନ ଧରି ଜଳକ୍ରୀଡା କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ): ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏହି ଯାତ୍ରାର କିଛି ଦିନ ପୂର୍ବରୁ ଚଳଚଞ୍ଚଳ ହୋଇଉଠେ ଶ୍ରୀକ୍ଷେତ୍ର । ତେବେ ଆସନ୍ତା ୧୦ ତାରିଖ ଶୁକ୍ରବାର ଦିନ ପବିତ୍ର ଅକ୍ଷୟ ତୃତୀୟା ସହ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଚନ୍ଦନଯାତ୍ରା ପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ଅକ୍ଷୟ ତୃତୀୟା ଦିନ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସି ରଥକାଠ ପୂଜାର୍ଚ୍ଚନା ହୋଇଥାଏ ଓ ସେହିଦିନ ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେପଟେ ସେହିଦିନ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି ଯାହାକୁ ବାହାର ଚନ୍ଦନଯାତ୍ରା କୁହାଯାଏ ।

ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଠାକୁରଙ୍କ ପାଇଁ ୧୭ ଟି ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି, ୨ଟି ପାଲିଙ୍କି ଚାଳି ସହ ଗୋଟିଏ ଲେଖାଏଁ ତରାସ, ସୁନା ବିଞ୍ଛଣା, ଖଣ୍ଡା, ଛୁରୀ ଓ ତିନୋଟି ରୂପା ଆଲଟ କାମ ଜାରି ରହିଛି । ଏଥିସହ ଚାନ୍ଦୁଆ, ପତାକା, ଧଳା ଚାପ ମଣ୍ଡଳୀ ଓ ନାଲି ଚାପ ମଣ୍ଡଳୀ ମଧ୍ୟ ତିଆରି କରାଯିବ । ତେଵେ ସମସ୍ତ କାମ ଅକ୍ଷୟ ତୃତୀୟା ପୂର୍ବଦିନ ସମ୍ପନ୍ନ ହୋଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ଦର୍ଜୀ ସର୍ଦ୍ଦାର କହିଛନ୍ତି । ସେପଟେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନୋଟି ରଥକାଠର ଅନୁକୂଳ ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ରଥ ଖଳାରେ ଚାଳି ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

ନରେନ୍ଦ୍ର ସରୋବରରେ ମହାପ୍ରଭୁଙ୍କ ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହେଉଥିବା ବେଳେ ଚାପଡଙ୍ଗା ଗୁଡିକର ମରାମତି କାର୍ଯ୍ୟ ଓ ପଟା ବାଡିଆ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ଶୁକ୍ରବାର ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ । ମହାପ୍ରଭୁଙ୍କ ଆଗମନକୁ ନେଇ ନରେନ୍ଦ୍ର ପୁଷ୍କରିଣୀକୁ ସୁସଜ୍ଜିତ କରାଯାଉ ଥିବାବେଳେ ଚିତ୍ରକର ସେବକଙ୍କ ଦ୍ୱାରା ରଙ୍ଗ କାମ ଜାରି ରହିଛି।

ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ପାଇଁ ଛତିଶାନିଯୋଗ ବୈଠକରେ ସମସ୍ତ ନୀତିନିର୍ଘଣ୍ଟ ଶେଷ ହୋଇଛି । ନୀତିନିର୍ଘଣ୍ଟ ଅନୁଯାୟୀ ରାତ୍ରି ୩ ଟାରୁ ସିଂହଦ୍ଵାର ଫିଟାଯାଇ ଅନ୍ୟାନ୍ୟ ନୀତି ବଢିବା ପରେ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି ।

 

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago