ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ଆରମ୍ଭ

ପୁରୀ(କେନ୍ଯୁଜ୍) : ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ୧୦୮ ଗରା ପବିତ୍ର ଜଳରେ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ମହାପ୍ରଭୁ । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ସେହି ଦିନଠାରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଗଜାନନବେଶ ଅନୁଷ୍ଠିତ ହୋଇଆସୁଛି ।

ଏହି ବେଶପାଇଁ  ପ୍ରଭୁ ବଳଭଦ୍ରଙ୍କ ପାଇଁ ଗୋପାଳତୀର୍ଥ ମଠରୁ ଓ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପାଇଁ  ରାଘବଦାସ ମଠରୁ ବେଶସାମଗ୍ରୀ ଆସିଥାଏ । ତେବେ ଆଜି ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହରା କରିନାହାନ୍ତି । ଗଜପତିଙ୍କ ତରଫରୁ ତାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ମଣ୍ଡପରେ ଛେରା ପହରା କରିଛନ୍ତି । ସୂଚନାଯୋଗ୍ୟ ଯେ, କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.