ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : ଉତ୍ସବମୁଖର ସାରା ଶ୍ରୀକ୍ଷେତ୍ର

ପୁରୀ : କାଲି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ଦେଶ ବିଦେଶରୁ ଭକ୍ତଙ୍କ ସୁଅ ଛୁଟିଛି ।ଏପରିକି ଉତ୍ସବମୁଖର ସାରା ଶ୍ରୀକ୍ଷେତ୍ର ଧାମ। ମହାପ୍ରଭୁଙ୍କୁ ଜନ୍ମବେଦୀକୁ ଆଣିବା ପାଇଁ ପ୍ରସ୍ତୁତ ହେଲେଣି ତିନି ରଥ। ଆଜି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥଖଳାରୁ ଯାଇ ସିଂହଦ୍ୱାର ସାମ୍ନାରେ ଲାଗିବେ। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବ। ସେହିପରି ଚଳିତ ରଥଯାତ୍ରାରକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
ପୁରୀରେ ନିୟୋଜିତ ହୋଇଛନ୍ତି ୧୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧ ହଜାରରୁ ଅଧିକ ଅଫିସର । ଏବର୍ଷ ପ୍ରଥମ ଥର ମୁତୟନ ହେବାକୁ ଯାଉଛି ଏନଏସଜି । ୧୮୫ରୁ ଅଧିକ ସିସିଟିଭି କ୍ୟାମେରା ସହ ଏକ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ ରୁମ୍ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନ୍ୟ ଏକ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା ଯାଏଁ ଖୋଲାରହିବ । ରଥଯାତ୍ରାରେ ସ୍ୱାସ୍ଥ୍ୟସେବା, ଟ୍ରାଫିକ ନିୟନ୍ତ୍ରଣ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ପୁରୀରେ ୧୩୬ ଜଣ ଡାକ୍ତର, ୫୪୧ ଜଣ ପାରା ମେଡିକାଲ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି। ଭିଡ଼କୁ ଆଖିରେ ରଖି ସ୍ୱତନ୍ତ୍ର ବସ୍ ଓ ୧୮୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯାଇଛି ।