କିମସ୍‌ରେ ପାଳିତ ହୋଇଛି world patient safety day, ୧୭ ତାରିଖ ଯାଏଁ ପାଳିତ ହେବ ଏହି ସପ୍ତାହ

ଭୁବନେଶ୍ବର(କେନ୍ୟୁଜ୍): କିମସ୍‌ରେ ପାଳିତ ହୋଇଯାଇଛି world patient safety day । ହସ୍ପିଟାଲ ପରିସରରେ ରୋଗୀମାନଙ୍କର ସେବା ପାଇଁ ସଦାସର୍ବଦା ରହିଆସିଛନ୍ତି କିମସ୍‌ର ନର୍ସିଂ ଷ୍ଟାଫ୍‌, ଆଟେଣ୍ଡାଣ୍ଟ । ଚଳିତବର୍ଷର ଥିମ୍‌ ରହିଛି medication safety & no harm medication । ଆସନ୍ତା ୧୭ ତାରିଖ ଯାଏଁ ପାଳିତ ହେବ ଏହି ସପ୍ତାହ ।

kims2

କିମସ୍‌ରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍‌, ଆଟେଣ୍ଡାଣ୍ଟ ମାନେ ଏହି ଅବସରରେ ବିଭିନ୍ନ ଚିତ୍ର କରିଥିଲେ । ଯାହାକୁ ପ୍ରଦର୍ଶିତ କରାଯାଇଥିଲା । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରିଥିଲେ କର୍ମଚାରୀମାନେ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କିମସ୍‌ର ପ୍ରିନସିପାଲ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି । ଏହି ଅବସରରେ ଉପସ୍ଥିତ ଥିଲେ କିମସ୍‌ର ଡାକ୍ତର, ନର୍ସିଂ ଷ୍ଟାଫ୍‌, ଆଟେଣ୍ଡାଣ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.