ଉଦାସ ଆଶ୍ରମରେ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ପୂର୍ଣ୍ଣାହୁତି ଉତ୍ସବ

ଓଡ଼ିଶାରେ ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ ହୋମ, ଯଜ୍ଞ ଇତ୍ୟାଦି । ବିଶ୍ୱଶାନ୍ତି ମହାଯଜ୍ଞ । ଶାନ୍ତି ଯଜ୍ଞ ଅର୍ଥାତ୍‌ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି ଯଜ୍ଞ କରାଯାଇ ଥାଏ । ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଏହି ଯଜ୍ଞର ମୂଳ ମନ୍ତ୍ର । ଆଉ ଏହି ଯଜ୍ଞକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ରହିଥାଏ । ଯଜ୍ଞକୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଥାଆନ୍ତି ଲୋକେ । ଭକ୍ତିରେ ପ୍ରଭୁଙ୍କୁ କାମନା କରିଥାଆନ୍ତି ।

ଜଗତସିଂହପୁର : ଓଡ଼ିଶାରେ ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ ହୋମ, ଯଜ୍ଞ ଇତ୍ୟାଦି । ବିଶ୍ୱଶାନ୍ତି ମହାଯଜ୍ଞ । ଶାନ୍ତି ଯଜ୍ଞ ଅର୍ଥାତ୍‌ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି ଯଜ୍ଞ କରାଯାଇ ଥାଏ । ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଏହି ଯଜ୍ଞର ମୂଳ ମନ୍ତ୍ର । ଆଉ ଏହି ଯଜ୍ଞକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ରହିଥାଏ । ଯଜ୍ଞକୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଥାଆନ୍ତି ଲୋକେ । ଭକ୍ତିରେ ପ୍ରଭୁଙ୍କୁ କାମନା କରିଥାଆନ୍ତି ।

ତେବେ ଜଗତସିଂହପୁର ଜିଲ୍ଲା ଉଦାସ ଆଶ୍ରମ ପକ୍ଷରୁ ଦୀର୍ଘ ୧୧ ଦିନ ଧରି କାଠୁଆପାଟଣା ଉଦାସ ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଅନୁଷ୍ଠିତ ହେବା ସହ ଧର୍ମ ପୁସ୍ତକ ପାଠାଗାର ଉଦ୍ଘାଟନ କରାଯାଇଛି । ସାହିତ୍ୟ ସଭା, ସାଧୁସନ୍ଥ ମିଳନ ସଭା, ମାଗଣା ସ୍ୱାସ୍ଥ୍ୟ ଶିବିର , ଧାର୍ମିକ ଶୋଭାଯାତ୍ରା, ଧର୍ମସଭା , ପ୍ରବଚନ ଆଦି ୧୧ ଦିନ ବ୍ୟାପି ଚାଲିଥିବା ବେଳେ ଯଜ୍ଞରେ ପୂର୍ଣ୍ଣାହୁତି ଓ ସାଧୁସନ୍ତ ସମ୍ମିଳନୀ ଆୟୋଜନର ପରିସମାପ୍ତି ହୋଇଯାଇଛି ।

ଏଥି ସହ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ତ ଓ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପ୍ରଭୁ କୃପା ଲାଭକରିଥିଲେ । ଏହି ଅବସରରେ ଠାକୁରଙ୍କର ଏକ ଧାର୍ମିକ ଶୋଭାଯାତ୍ରା ଗାନ୍ଧୀଛକ ଠାରୁ ବାହାରି ସହର ପରିକ୍ରମା କରି ଆଶ୍ରମ ପର୍ଯ୍ୟନ୍ତ ଆସିଥିଲା । ଏଥିରେ ସୁସଜ୍ଜିତ ଘୋଡା, ଓଟ, ସହ ଘଣ୍ଟ ଘଣ୍ଟା ମାଦଳ, କୀର୍ତନ, ମା ଶାରଳାଙ୍କ ପାଟୁଆ ନୁର୍ତ୍ୟ ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ରେ ସୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଉଦାସ ଆଶ୍ରମ ପୀଠାଧିଶ ବାବା ସ୍ୱାମୀ ଯଜ୍ଞସ୍ୱରାନନ୍ଦ ମହାରାଜ ଙ୍କ ସମେତ ବହୁ ଭକ୍ତ ଯୋଗ ଦେଇ ପୂର୍ଣ୍ଣାହୁତି ରେ ଅର୍ଘ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଓ ଜ଼ିଲ୍ଲା ବାହାରୁ ହଜାର ହଜାର ଭକ୍ତ ମାନେ ଯୋଗଦେଇ, ବାବା ଙ୍କ ସାନିଧ୍ୟ ଲାଭକରିଥିଲେ ।

 

You might also like