୭ ଦିନ ଧରି ଚାଲିବ ବିଶ୍ୱ ଶାନ୍ତି ମହାଯଜ୍ଞ, ଉତ୍ସବ ମୁଖର ଗଞ୍ଜାମ ସହର

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଉଳପଲ୍ଲୀ ଗ୍ରାମର ଶ୍ରୀ ଗୁପ୍ତେଶ୍ୱରଙ୍କ ବିଜେ ସ୍ଥଳୀ ନିକଟରେ ୭ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି ।

ଗଞ୍ଜାମ: ଭାରତ ହେଛି ଏକ ଧର୍ମ ପରାୟଣ ଦେଶ । ଏହି ଦେଶରେ ପ୍ରତେକ ରାଜ୍ୟରେ ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ । ଶାନ୍ତି ଯଜ୍ଞ ଅର୍ଥାତ୍‌ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି ଯଜ୍ଞ କରାଯାଇ ଥାଏ । ଆଉ ଏହି ଯଜ୍ଞକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ରହିଥାଏ । ଯଜ୍ଞକୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଥାଆନ୍ତି ଲୋକେ। ଭକ୍ତିରେ ପ୍ରଭୁଙ୍କୁ କାମନା କରିଥାଆନ୍ତି ।

ତେବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଉଳପଲ୍ଲୀ ଗ୍ରାମର ଶ୍ରୀ ଗୁପ୍ତେଶ୍ୱରଙ୍କ ବିଜେ ସ୍ଥଳୀ ନିକଟରେ ୭ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି ।
କଳି କଳୁସ ନାଶନ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ସମାଜସେବୀ ନିର୍ମଳ ସାହୁଙ୍କ ସଂଯୋଜନାରେ ଶ୍ରୀ ବିଶ୍ୱରୂପା ଅନନ୍ତ କଲକୀ ପରିବେଷ୍ଟିତ ଏହି ମହାଯଜ୍ଞ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ କଳସ ଯାତ୍ରା, ଗୋପୂଜା, ସୂର୍ଯ୍ୟ ପୂଜା ସମେତ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ୭ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ ଯୋଗଦାନ କରିଥିଲେ।

Leave A Reply

Your email address will not be published.