ଭୁବନେଶ୍ବର : କିମ୍ସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ । ସୁସ୍ଥ ସମାଜ ଗଠନରେ ଫାର୍ମାସିଷ୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହସ୍ପିଟାଲରେ ରୋଗୀ ସେବା କ୍ଷେତ୍ରରେ ଡାକ୍ତରଙ୍କ ନର୍ସ ଭଳି ଫାର୍ମାସିଷ୍ଟମାନଙ୍କର ମଧ୍ୟ ଅବଦାନ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କିମସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଡାକ୍ତର, ଫାର୍ମାସିଷ୍ଟ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପରେ କିମସରେ ଏନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଗୀ ସେବାରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା ।