ରାଜ୍ୟ

ପୃଥିବୀର ସବୁଠୁ ବଡ଼ ସ୍ପଟିକ ଶିବଲିଙ୍ଗ

ଶ୍ରାବଣ ମାସରେ ଦେବ ଦେବ ମହାଦେବ ଭୋଳାନାଥଙ୍କୁ ପୂଜା ଅର୍ଚନା କଲେ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି l ତେଣୁ ଆପଣ ମାନଙ୍କ ଭିତରୁ ଅନେକ ଶିବ ଲିଙ୍ଗ ରେ ଏହି ମାସରେ ଜଳାଭିଷେକ କରୁଥିବେ l ତେବେ ଦେଶରେ ତ ଦ୍ୱାଦଶ ଶିବ ଲିଙ୍ଗ ରହିଛି କିନ୍ତୁ ଏଠାକୁ ସମସ୍ତେ ଯିବା ସମ୍ଭବ ନୁହେଁ l କିଛି ଜଣ ଯୋଗ ପଡିଲେ ଯାଇ ସେଠାକୁ ପ୍ରଭୁ ଙ୍କର ଦର୍ଶନ କରିଥାନ୍ତି l ଆମେ କିନ୍ତୁ ଆପଣଙ୍କୁ ଏମିତି ଏକ ଶିବଲିଙ୍ଗ ଦେଖିବୁ ଯାହା ଅତି ଚମତ୍କାରୀ, ସେ ବି ପୁଣି ଭୁବନେଶ୍ୱର ରେ l ଆମ କଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗୁଛନା ? ମନରେ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଥିବ ଯେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କୁ ନେଇ ଆମେ ଭୁବନେଶ୍ୱର କଥା କାଇ କହୁଚୁ l ତେବେ ଏହି ଶିବ ଲିଙ୍ଗ ହେଉଛି ପାରଦ ଶିବଲିଙ୍ଗ l ଏଠାକାର ପୂଜାକଙ୍କ କହିବା ଅନୁଯାୟୀ ଶିବ ଏହି ପାରଦ ଶିବଲିଙ୍ଗ ଦୁନିଆର ସବୁଠୁ ଉଚତମ ଶିବ ଲିଙ୍ଗ l ଜାଣନ୍ତୁ ଏବେ ଏହା ଭୁବନେଶ୍ୱରର କେଉଁଠି ଅଛି …

ହୁଏତ ଏହି ମନ୍ଦିର କୁ ଆପଣ ମାନେ ଆଗରୁ ଆସି ଥାଇ ପାରନ୍ତି l କିନ୍ତୁ ଏହି ଶିବ ଶକ୍ତି ଏଠାରେ ସ୍ଥାପିତ କେମିତି ହେଲା ଇଏ କେଉଁ ଧାତୁରେ ଗଢ଼ା ଏସବୁ ସମ୍ପର୍କରେ ଆଜି ଜଣାନ୍ତୁ l

ଜୋଡା ଶ୍ରାବଣ ଚାଲୁଥିବାରୁ ଆମେ ଏଥର ସୋମବାର ମନ୍ଦିର ବୁଲି ଠାକୁର ଦର୍ଶନ କରିବା ପାଇଁ ଯାଇଥାଉ l ଆଉ ଏହି ମନ୍ଦିରର ଶିବଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଭାବେ ଜାଣିବାକୁ ପାଇଲୁ l ଆମେ ଯେଉଁ ଶିବ ଲିଙ୍ଗ ବିଷୟରେ କହୁଚୁ ତାହା ଆରସିଏମ ଜଗନାଥ ମନ୍ଦିର ବେଢାରେ ରହିଛି l ପ୍ରବେଶ କରିଲା ପରେ ସେଠିକାର ଦୃଶ୍ୟ ଦେଖି ଆମ ଆଖି ଲାଖି ଗଲା l କି ଅପୂର୍ବ ଥିଲା ସେ ଦୃଶ୍ୟ , ଆମ ପାଖରେ ଭାଷା ନାହିଁ ତାହାକୁ ବର୍ଣନା କରିବା ପାଇଁ l ମଝିରେ ଗୋଟିଏ ଧଳା ରଙ୍ଗର ବଡ଼ ପାରଦ ଶିବ ଲିଙ୍ଗ ଆଉ ଚାରି ପାଖରେ ପରିବେଷ୍ଟିତ ହୋଇ ରହିଛି ଏଗାରଟି ଛୋଟ ଛୋଟ ଲିଙ୍ଗ l ଲିଙ୍ଗ ଗୁଡିକ ବେଲପତ୍ର ଆଉ ଫୁଲରେ ଆଚ୍ଛାଦିତ ହୋଇ ରହିଛି l ଏସବୁ ଲିଙ୍ଗ ତଥା ଶକ୍ତି କ୍ଷୀର ରେ ବୁଡି ରହିଥିଲା l

ସେହି ସୁନ୍ଦର ମନୋରମ ଦୃଶ୍ୟ ଦେଖିଲେ ଆଖି,ମନ, ବୋଲ ମାନୁଥିଲା l ଏଭଳି ଦୃଶ୍ୟ ଲାଗୁଥିଲା ସବୁ ଲିଙ୍ଗ ସତେ ଯେମିତି କ୍ଷୀର ସାଗରେ ବୁଡି ରହିଛି l ମଝିରେ ଥିବା ସବୁଠାରୁ ବଡ଼ ଧଳା ରଙ୍ଗର ଶିବଲିଙ୍ଗ ଟି ଥିଲା ସବୁଠୁ ଆକର୍ଷିତ l କିଛି ସମୟ ପାଇଁ ଏଭଳି ସୌନ୍ଦର୍ଯ୍ୟ ଆମକୁ ବାକ୍ ଶୁନ୍ୟ କରିଦେଲା l ଆପଣ ମାନେ ଦୂରରେ ଥିଲେ ଏଠାକୁ ହୁଏ ଦେଖିବା ସବୁବେଳେ ସମ୍ଭବ ହେବ ନାହିଁ ତେଣୁ ଖାସ ଏଥିପାଇଁ ଆମେ ଆପଣମାନଙ୍କ ପାଇଁ ଆମ କ୍ୟାମେରାରେ କିଛି ଦୃଶ୍ୟ କଏଦ କଲୁ l ପୂଜକଙ୍କୁ ପଚାରିଲା ପରେ ଜାଣିଲୁ ଏହା ହେଉଛି ପୃଥିବୀର ସବୁଠାରୁ ବଡ଼ ସ୍ପଟିକ ଲିଙ୍ଗ l ଏହାର ଓଜନ ତିନିଶହ ଅସି କିଲୋ l ତାଙ୍କ କହିବା ଅନୁସାରେ ଏହି ଲିଙ୍ଗ କେଦାରନାଥ ଭୂସ୍କଳନ ବେଳେ ଏହି ଶିବ ଲିଙ୍ଗ ଭାସି ଆସିଥିଲା l ଏହାକୁ ସାଧୁ ସନ୍ଥ ମାନେ ଉଦ୍ଧାର କରିଥିଲେ ନର୍ମଦେଶ୍ୱରରୁ ଏଠାକୁ ଆରସିଏମର ମୂଖ୍ୟ ପ୍ରବିର ପାଲ ଆଣି ସ୍ଥାପନ କରିଛନ୍ତି l

ଅନ୍ୟପକ୍ଷରେ ସ୍ପଟିକ ଲିଙ୍ଗ ଚତୁରପାର୍ଶ୍ଵ ରେ ଥିବା ଏଗାରଟି ଲିଙ୍ଗ କେଉଁଟି କଳା ତ କେଉଁଟି ସବୁଜ ଆଉ କିଏ କାଚ ଭଳି ଧଳା l ତାଭିତରେ ପାରଦ ର ଲିଙ୍ଗ ମଧ୍ୟ ରହିଛି l ଏମିତି କୁଆଯାଉଛି ଏହାର ଏତେ ଶକ୍ତି ଯଦି ସୁନା ଏହା ସଂସ୍ପର୍ଶ ରେ ଆସେ ସୁନା ଲୁହା ରେ ପରିଣତ ହୋଇ ଯାଉଛି l

ପ୍ରକ୍ରୁତରେ ଏସବୁ ଲିଙ୍ଗ ରଙ୍ଗ ଅନୁସାରେ ଗ୍ରହ ମାନଙ୍କୁ ନେଇ ସ୍ଥାପନ କରାଯାଇଛି l ଏଠାରେ ଯିଏ ଥରେ ଅସି ଥରେ ଜଳ ଲାଗି କରନ୍ତି ତାଙ୍କ ସବୁ ଇଚ୍ଛା ପୁର୍ଣ ହୂଏl ଏଠାରେ ଯିଏ ଥରେ ମଥା ଟେକି ରୁଦ୍ରାଭିଷେକ କରନ୍ତି ତାହା ଦ୍ୱାଦଶ ଜ୍ୟୋତିଲିଙ୍ଗଙ୍କୁ ପୂଜା କରିବା ସହିତ ସମାନ ବୋଲି କୁହାଯାଏ l ସଂକଳ୍ପ କରି ଯାହା ମନକାମନା ରଖନ୍ତି ତାହା ନିଶ୍ଚୟ ପୂରଣ ହୁଏ ବୋଲି ଆସ୍ଥା ଓ ବିଶ୍ୱାସ ରହିଛି l

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago