ରେଡ୍ ଜୋନରେ ଯାଜପୁର: ତଥାପି ଲକଡାଉନ୍ କଟକଣା ନମାନି ଶନି ଦେବଙ୍କ ମନ୍ଦିରରେ ଚାଲିଛି ଜଳାଭିଷେକ ଓ ପୂଜାର୍ଚ୍ଚନା

ଯାଜପୁର: ଯାଜପୁରରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଏହି ପରିପେକ୍ଷୀ ଅପରପଟେ ସେଠାରେ ଲକଡାଉନ୍ କଟକଣାକୁ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି । ଆଜି ଶନିବାର ଥିବାରୁ ଚାଲିଛି ଶନି ଦେବଙ୍କ ମନ୍ଦିରରେ ଜଳାଭିଷେକ ଓ ପୂଜାର୍ଚ୍ଚନା । ଏକାଠି ହୋଇଛନ୍ତି ବୋହୁ ଲୋକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଣ୍ଟିଗଡିଆ ଗ୍ରାମରେ।

ଆଜି ଗ୍ରହରାଜ ଶନି ଦେବଙ୍କ ପୂଜା ତିଥି ଥିବାରୁ ଏଠାରେ ଥିବା ଶନି ଦେବଙ୍କ ପୀଠରେ ଜଳାଭିଷେକ ଓ ପୂଜାର୍ଚ୍ଚନା ପାଇଁ ଭିଡ ଦେଖିବାକୁ ମିଳିଥିଲା। ଲକଡାଉନ୍ କଟକଣାକୁ ବେଖାତିର କରି ଲୋକମାନେ ଏଠାରେ ରୁଣ୍ଡ ହୋଇଥିଲେ। ତେବେ ଯାଜପୁର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକେ ସଚେତନ ହେଉନାହାନ୍ତି। ଯାଜପୁର ଜିଲ୍ଲା ଏବେ ରେଡ୍ ଜୋନରେ ରହିଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ରେ ପହଞ୍ଚିଛି।

 

Leave A Reply

Your email address will not be published.