କରୋନାରୁ ରକ୍ଷା ପାଇଁ ଗତବର୍ଷ ଜାହେର୍ ଗାଳରେ ହୋଇଥିଲା ପୂଜାପାଠ, ସମସ୍ତେ ସୁସ୍ଥ ଥିବାରୁ ଆସ୍ଥା ରଖି ମାନସିକ ସୁଝିଲେ ଗ୍ରାମବାସୀ
ରାଇରଙ୍ଗପୁର: ଆମ ଓଡିଶା । ଏଠି କାର ଚାଲିଚଳିଣଠାରୁ ପରମ୍ପରା ଯାଏ ସବୁ କିଛି ନିଆରା । ଲୋକଙ୍କ ବିଣ୍ଵାସ ମୂଳେ ଏଠାର ଭଗବାନ ପୂଜା ପାଆନ୍ତି । କେତେବେଳେ ସ୍ଥାଣୁ ପଥରରେ ଦେବାଦେବୀଙ୍କ ରୂପକୁ ଆଙ୍କି ପୂଜା କରାଯାଏ ତ ଆଉ କେତେବେଳେ ଏଠାରେ ବର ଓସ୍ତ ଗଛରେ ଗୋଡି ବାନ୍ଧି ମାନସିକ କରାଯାଏ । କାରଣ ଭଗବାନ ସବୁଠି ଆଉ ସବୁ ରୂପରେ ନିଜ ଭକ୍ତର ମନ କଥା ଶୁଣିଥାନ୍ତି ବୋଲି ଅଗାଢ ବିଶ୍ୱାସ ରହିଛି । ଆଉ ବିଶେଷ କରି ଆଦିବାସୀ ପରମ୍ପରା କଥା କହିଲେ ଏମାନଙ୍କର ଏସବୁ ପୂଜାପାଠ ଉପରେ ଅଗାଢ ବିଶ୍ୱାସ ରହିଛି । ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ କଲରଦାଃ ଗ୍ରାମରେ। ଯେଉଁଠାରେ ଆଦିବାସୀ ସାନ୍ତାଳ ସମାଜ ପକ୍ଷରୁ କରୋନା ମହାମାରୀକୁ ନେଇ ଜାହେର ଗାଳ୍ ପୂଜାସ୍ଥଳରେ ପୂଜାପାଠ କରାଯାଇଛି।
ମହାମାରୀ କରୋନା ଯେତେବେଳେ ମାନବ ସଭ୍ଯତା ଉପରେ ଏକ ବଡ ବିପଦ ସାଜିଥିଲା ସେତେବେଳେ ଆଦିବାସୀ ସାନ୍ତାଳ ସମାଜ ପକ୍ଷରୁ ଆଦିବାସୀଙ୍କ ପୂଜାସ୍ଥଳ ଜାହେର ଗାଳ୍ ରେ ଆଦିବାସୀଙ୍କ ପାରମ୍ପାରିକ ରୀତିନୀତି ଅନୁସାରେ ଗ୍ରାମର ନାୟକେ ବାବା ବା ପୂଜକ କଲରଦାଃ ଅଞ୍ଚଳବାସୀ’ଙ୍କୁ କରୋନା ପ୍ରକୋପରୁ ରକ୍ଷା କରିବା ନେଇ ଇଷ୍ଟ ଦେବାଦେବୀ’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଏହି ପୂଜା ଗତବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ଗ୍ରାମକୁ କରୋନା ମାଡି ସାରିଥିବା ବେଳେ କଲରଦା ଗ୍ରାମକୁ କରୋନା ଛୁଇଁ ପାରିନଥିଲା । ଗ୍ରାମବାସୀ’ଙ୍କ ଅନୁସାରେ ଇଶ୍ଵରଙ୍କ ଦୟାରୁ କରୋନା ମହାମାରୀରେ କେହି ଆକ୍ରାନ୍ତ ନ ହୋଇ ସମସ୍ତେ ସୁରକ୍ଷିତ ରହିଥିଲେ । ତେଣୁ ମାନସିକ ପୂରଣ ହୋଇଥିବାରୁ ଗ୍ରାମବାସୀ ଜାହେରାରେ ଏକତ୍ରିତ ହୋଇଥିଲେ। ଇଶ୍ଵରଙ୍କ ଉପରେ ଆସ୍ଥା ଓ ପ୍ରଗାଢ ବିଶ୍ଵାସ ସ୍ୱରୁପ ନିଜ ଇଷ୍ଟ ଦେବଦେବୀଙ୍କ ନିକଟରେ ଜାହେର ସ୍ଥାନ ପୂଜାସ୍ଥଳରେ ଗ୍ରାମ ନାଏକେ’ଙ୍କ ଦ୍ଵାରା ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ପୁଣି ଥରେ ପୂଜାର୍ଚ୍ଚନା କରାଯାଇଥିଲା। ଗ୍ରାମ ନାୟକେଙ୍କୁ ଶୋଭାଯାତ୍ରାରେ ତାଙ୍କ ଘରୁ ପାଛୋଟି ନେଇ ଜାହେରାକୁ ଯାଇଥିଲେ ।ସେଠାରେ ମାନସିକ ସହ ଗ୍ରାମର ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।
ତେବେ ପୁଣିଥରେ କରୋନା ମହାମାରୀ ସଂକ୍ରମଣ ବ୍ଯାପୁଥିବାରୁ କଲରଦାଃ ଗ୍ରାମବାସୀଙ୍କ ସହିତ ସାରା ଭାରତବର୍ଷକୁ କରୋନା ମହାମାରୀ କବଳରୁ ରକ୍ଷା କରିବାକୁ ଜାହେର୍ ଗାଳ୍ ରେ ନିଜ ଇଷ୍ଟ ଦେବତାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କଲରଦାଃ ଗ୍ରାମବାସୀ। ଖାଲି ସେତିକି ନୁହେଁ କରୋନା ନେଇ ଗ୍ରାମବାସୀ ଏବେ ମଧ୍ୟ ସଚେତନ ରହିଥିବା ବେଳେ ଗାଁ ପିଣ୍ଡାରେ ବସି ପରସ୍ପର ମଧ୍ୟରେ କରୋନା ସଚେତନତା ଉପରେ ଆଲୋଚନା କରିଥାନ୍ତି।