ପାହାଳ ନିକଟରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କଲା କ୍ୟୁଏଟି, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ବ୍ରାଉନ୍ସୁଗାର ଜବତ। ପାହାଳ ନିକଟରୁ ୩୦ ଲକ୍ଷର ବ୍ରାଉନ୍ସୁଗାର ଜବତ କଲା କ୍ୟୁଏଟି । ବାଲେଶ୍ୱରରୁ ଆସୁଥିବା ବେଳେ ଧରିଲା କ୍ୟୁଏଟି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।
ଅନ୍ଯପଟେ ନଡିଆ କତାରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଖୋର୍ଦ୍ଧା ଗୋଡିପଡା ଟୋଲଗେଟରୁ ୭୦୦ କେଜି ଗଞ୍ଜେଇ ଜବତ ହୋଇଛି । ଏହାସହ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟୋ୍ରଲ ବ୍ୟୁରୋ(ଏନସିବି)। ଶ୍ରୀକାକୁଲମ୍ରୁ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ।