୮୩ ହଜାର ଟଙ୍କାର ଜାଲ୍ ନୋଟ ଜବତ କଲା ବାରିପଦା ପୋଲିସ୍, ଦୁଇ ଭାଇ ଗିରଫ

ମୟୁରଭଞ୍ଜ: ବାରିପଦାରେ ଜାଲ ନୋଟ କାରବାର । ୮୩ ହଜାର ଟଙ୍କା ଜାଲ ନୋଟ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ବାରିପଦା ପୋଲିସ ।

ଗିରଫ ଦୁଇଜଣ ହେଲେ ଝାଡଖଣ୍ଡ ବହଡାଗୋଡା ଅଞ୍ଚଳର ରାସବିହାରୀ ରଣା ଓ ରାକବିହାରୀ ରଣା । ଜାଲ ନୋଟ୍‌ କାରବାର ଚାଲିଥିବା ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଚଢାଉ କରିଥିଲା। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଘଟଣାରେ ୨ଜଣ ଗିରଫ ହୋଇଥିବାବେଳେ ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.