ପଣସ ବୋଝେଇ ଟ୍ରକ ମଧ୍ୟରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ଗିରଫ

କୋରାପୁଟ: ଗଞ୍ଜେଇ ଚାଲାଣର ନୂଆ ତରିକା। ପଣସ ବୋଝେଇ ଟ୍ରକ ମଧ୍ୟରୁ ୧୦ କ୍ୱିଣ୍ଟାଲ ୮କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୧କୋଟି ଟଙ୍କା ହେବ ।

ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ ସହ ୩ହଜାର ୫ଶହ ଟଙ୍କା ଜବତ କରିଛି କୋରାପୁଟ ମାଛକୁଣ୍ଡ ପୋଲିସ୍‌ । ଲମତାପୁଟରୁ ଆନ୍ଧ୍ରର ଗୁଣ୍ଟୁରୁକୁ ଚାଲାଣ ହେଉଥିବା ବେଳେ ଏହା ଧରାପଡିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ।

Leave A Reply

Your email address will not be published.