ଭଦ୍ରକ ଗୁଆମାଳଠାରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭଦ୍ରକ(କେନ୍ଯୁଜ୍): କଟକ କେନ୍ଦ୍ରାଞ୍ଚଳ ଅବକାରୀ ପୋଲିସକୁ ସଫଳତା। ସୂଚନା ଅନୁୟାୟୀ ଭଦ୍ରକ ଗୁଆମାଳଠାରେ ବ୍ରାଉନସୁଗର ବେପାର ହେଉଥିବା ସୂଚନା ମିଳିଥିଲା। ଆଜି କେନ୍ଦ୍ରାଞ୍ଚଳ ଅବକାରୀ ପୋଲିସ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ତିହିଡି ବ୍ଲକର ଗୁଆମାଳ ଶିବ ମନ୍ଦିରଠାରେ ଏକ ମୋଟରସାଇକେଲରେ ବ୍ରାଉନସୁଗର ନେଇ ଯାଉଥିବା ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ପୋଲିସ ତାକୁ ଧରିଛି।

ତପନ କୁମାର ବେହେରା ନିକଟରୁ ୧୭୫ଗ୍ରାମ ବ୍ରାଉନସୁଗରକୁ ଜବତ କରିବା ସହ ଗୋଟିଏ ମୋଟରସାଇକେଲ ଜବତ କରିଛି। ତପନ କୁମାର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ପୋଲିସ। ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.