ଖୋର୍ଦ୍ଧାରୁ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା(କେନ୍ଯୁଜ୍): ଖୋର୍ଦ୍ଧା ସହରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ସାମନ୍ତରାୟପୁରୁର ରାଜେନ୍ଦ୍ର ପୃଷ୍ଟିଙ୍କ ଘରେ ଚଢ଼ାଉ କରାଯିବା ସହିତ ବଜାର ଉପରେ ଥିବା ତାଙ୍କ ଦୋକାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି ।
ତାଙ୍କ ନିଜ ପରିବା ଦୋକାନରେ ରଖାଯାଇଥିବା ବ୍ରାଉନସୁଗାର ଏବଂ ଘରୁ ବିପୁଳ ପରିମାଣର ଜବତ କରିବା ସହିତ ଜଣକୁ ଗିରଫ କରିଛି ଅବକାରୀ ଫ୍ଲାଇଙ୍ଗସ ସ୍କ୍ୱାର୍ଡ । ତାସହିତ ନଗଦ ଟଙ୍କା ମଧ୍ଯ ଜବତ କରାଯାଇଛି । ତାଙ୍କ ଘର ଉପରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ । ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ବିଭାଗର କମିସିନର ଆଶିଷ ସିଂଙ୍କ ନିର୍ଦେଶରେ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ସୁପରିଟେଣ୍ଟ ଦେବାଶିଷ ପଟେଲ ତାଙ୍କ ଟିମ୍ ଚଢ଼ାଉ କରିଥିଲେ।