ଭୁଲ ଚିକିତ୍ସା ପାଇଁ ଚାଲିଗଲା ଗଧର ଜୀବନ, ନ୍ୟାୟ ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇଲେ ମାଲିକ

ସୁବର୍ଣ୍ଣପୁର: ଭୁଲ ଚିକିତ୍ସା ପାଇଁ ଚାଲିଗଲା ଗଧର ଜୀବନ । ନ୍ୟାୟ ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇଲେ ମୃତ ଗଧର ମାଲିକ । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପ୍ରାଣୀ ଚିକିତ୍ସାଲୟରେ । ପ୍ରାଣୀ ଚିକିତ୍ସକ ଉପସ୍ଥିତ ନଥିବାରୁ ଜଣେ ପିଅନ ଭୁଲ ଇଞ୍ଜେକସନ୍ ଦେବାରୁ ଗଧର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଗଧର ମୃତ୍ୟୁ ପରେ ଗଧ ମାଲିକ ଶିବାଜୀ ପଣ୍ଡା ନ୍ୟାୟ ଦାବିରେ ପ୍ରାଣୀ ଚିକିତ୍ସାଲୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ।
ଅନ୍ୟପଟେ ପ୍ରାଣୀ ଚିକିତ୍ସାଳୟକୁ ଗଧକୁ ଆଣିବା ପରେ ଗଧର ଅବସ୍ଥା ଦୁର୍ବଳ ହେବାସହ ଗୁରୁତର ରହିଥିଲା । ଅବସ୍ଥା ଗୁରୁତର ଦେଖି କିଛି ଔଷଧ ଦିଆଯାଇଥିଲା, କିନ୍ତୁ କିଛି ସମୟ ପରେ ଗଧଟିର ମୃତ୍ୟୁ ହୋଇଥିଲା । ଗଧର ଶବ ବ୍ୟବଚ୍ଛେଦ ପରେ ମୃତ୍ଯୁର କାରଣ ଜଣାପଡ଼ିବରୁ ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସକ । ଅନ୍ୟପଟେ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ବିନିକା ପ୍ରାଣୀ ଚିକିତ୍ସାଳୟ ମୁଖ୍ୟ ଫାଟକରେ ତାଲା ପକାଇବେ ବୋଲି କହିଛନ୍ତି ଗଧ ମାଲିକ । ଘଟଣାସ୍ଥଳରେ ବିନିକା ପୋଲିସ ପହଞ୍ଚି ପଚରାଉଚରା କରୁଛି ।