ରାଜ୍ୟ

କୁଚିଣ୍ଡା : ପଞ୍ଚାୟତ କାର‌୍ୟ୍ୟାଳୟରେ ଦିଆଗଲା ହୋମ ଧୂଆଁ, କରୋନା ବିନାଶର ସହଜ ଉପାୟ ବୋଲି କହିଲେ ପୁରୋହିତ

କୁଚିଣ୍ଡା (କେ ନ୍ୟୁଜ୍‌) : ଯଜ୍ଞ କଲେ କୁଆଡ଼େ କରୋନା ପଳାଇଯିବ । ଏଇ ବିଶ୍ୱାସ ନେଇ ଜଣେ ବ୍ୟକ୍ତି ପଞ୍ଚାୟତ କାର‌୍ୟ୍ୟାଳୟରେ କରିଛନ୍ତି ପୂଜା ଓ ହୋମ । ଏ ଘଟଣା ଏବେ ଏମିତି ଚର୍ଚ୍ଚା ସୃଷ୍ଟି କରିଛି ଯେ ଭିଡିଓ ଭାଇରଲ୍ ହେବା ସହିତ ବିବାଦ ବି ଦେଖା ଦେଇଛି । ଘଟଣାଟି ହେଉଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଗୋବିନ୍ଦପୁରର । ଗୋବିନ୍ଦପୁର ପଞ୍ଚାୟତ କାର‌୍ୟ୍ୟାଳୟରେ ହୋମ ଯଜ୍ଞ କରାଯାଇଥିଲା । ଏହି ଯଜ୍ଞରେ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚଙ୍କ ସହ ସମସ୍ତ ସରକାରୀ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ।
କୁଚିଣ୍ଡା ବ୍ଲକ ଜମନକିରା ପଞ୍ଚାୟତ କୁସମୀ ଜମନକିରା ଗ୍ରାମର ବାସିନ୍ଦା ହେଉଛନ୍ତି ମନୋଜ ପଟେଲ । ସେ ବୁର୍ଲାରେ ସୃଷ୍ଟିଧାମ ବୈଦ୍ୟଶାଳା ଖୋଲି ଯଜ୍ଞ ପଦ୍ଧତିରେ ଚିକିତ୍ସା କରି ଆସୁଛନ୍ତି । ମନୋଜ ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ମିନାକ୍ଷୀ ମାଝୀଙ୍କୁ ବୁଝାଇ ଦେଇଥିଲେ ଯେ ଏଭଳି ଯଜ୍ଞ ଦ୍ୱାରା କରୋନା ସହିତ ଅନ୍ୟ ସମସ୍ତ ଭୁତାଣୁକୁ ଅତି ସହଜରେ ସମୂଳେ ବିନାଶ କରିହେବ । ବୋଲି ବୁଝାଇଥିଲେ। ତେଣୁ ସରପଞ୍ଚ ପଞ୍ଚାୟତର ଇଓ ସୁଜିତ ନାୟକ, ଜିଆରଏସ ସୁଜିତ ପଟେଲ, ଗାଁ ସାଥୀ ବୀରରସେନ ମାଝୀ, ୱାର୍ଡ ମେମ୍ବର ହରିଶଙ୍କର ସା, ପିଅନ ଦୁର୍ଲଭ ନାଏକଙ୍କ ସହ ଆଲୋଚନା ପରେ ପଞ୍ଚାୟତ କାର‌୍ୟ୍ୟାଳୟର ଏକ କୋଠରୀରେ ଯଜ୍ଞ କୁଣ୍ଡ ସ୍ଥାପନ କରାଇଥିଲେ। ଆଉ ମନୋଜ ପଟେଲ ପୁରୋହିତ ସାଜିଥିବା ବେଳେ ମୁଖ୍ୟ କର୍ତ୍ତା ଭାବେ ସରପଞ୍ଚ ମିନାକ୍ଷୀ ମାଝୀ ଆସନରେ ବସିଥିଲେ।

ପ୍ରାୟ ଏକ ଘଣ୍ଟା ଧରି ହୋମ ପୂଜାର୍ଚ୍ଚନା ଓ ହୋମ କରାଯାଇଥିବା ବେଳେ କୋଠରୀଟି ପ୍ରଚଣ୍ଡ ଧୂଆଁ ରେ ଭର୍ତି ହୋଇଯାଇଥିଲା। ଅତ୍ୟଧିକ ଧୂୂଆଁ ହେବା ଫଳରେ ସେଠାରେ ଉପସ୍ଥିତି ଥିବା ଲୋକମାନେ ଶ୍ଵାସରୁଦ୍ଧ ହୋଇ ବାହାରକୁ ପଳେଇ ଆସିଥିଲେ। ପରେ ପଞ୍ଚାୟତ କାର‌୍ୟ୍ୟାଳୟର ସମସ୍ତ କୋଠରୀରେ ସେହି ହୋମ ଧୂଆଁ ଦିଆଯାଇଥିଲା।

ସରକାରୀ କାର‌୍ୟ୍ୟାଳୟରେ ଏପରି ଦୃଶ୍ୟ ଦେଖି ଆଖପାଖର ଲୋକେ ଅବାକ ହୋଇ ଯାଇଥିଲେ। ବର୍ତ୍ତମାନର ବିଜ୍ଞାନ ଯୁଗରେ ମନୁଷ୍ୟ ଜହ୍ନରେ ଯାଇ ପହଁଚି ସାରିଥିବା ବେଳେ ସରକାରୀ କାର‌୍ୟ୍ୟାଳୟରେ ହୋମ ଯଜ୍ଞ ଦ୍ବାରା କରୋନା ଭୂତାଣୁ ପ୍ରତିହତ କରିବା ଉପାୟକୁ ସମାଲୋଚନା କରାଯାଇଛି । ଅନ୍ୟ ପଟେ ପୁରୋହିତ ସାଜିଥିବା ମନୋଜ ପଟେଲ କହିଛନ୍ତି ଯେ ଯଜ୍ଞ ମାଧ୍ୟମରେ ଚିକିତ୍ସା ଦଶ ହଜାର ବର୍ଷ ପୁରୁଣା ପଦ୍ଧତି ରହିଛି। ଏହା ଦ୍ୱାରା ସମସ୍ତ ପ୍ରକାର ଭୁତାଣୁ ବିନାଶ ସଙ୍ଗେସଙ୍ଗେ ବାୟୁମଣ୍ଡଳ ଶୁଦ୍ଧ ହୋଇଥାଏ।
ବାମରା ବିଡ଼ିଓ ଗୋବିନ୍ଦ ଡ଼ନସେନାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହି ଘଟଣା ବିଷୟରେ ଜାଣିନ ଥିବା କହିଛନ୍ତି।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

3 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

4 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

45 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

60 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago