କୂଅ ଭିତରେ ଜଗି ରହିଥିଲା ଯମ, ୪ ବର୍ଷର ନାବାଳକ ଶିଶୁ ମୃତ

ଆନନ୍ଦପୁର : ଘସିପୁର ଥାନା ନୂଆ ବରିପାଳ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା । କୂଅରେ ପଡି ଏକ ଶିଶୁ ର ଜୀବନ ଚାଲି ଯାଇଛି । ମୃତ ଶିଶୁ ହେଉଛନ୍ତି ରଙ୍ଗମତୀ ବାଲମୁଚଙ୍କ ୪ ବର୍ଷୀୟ ପୁଅ । ସାଙ୍ଗ ମାନଙ୍କ ସହ ଖେଳିବାକୁ ଯାଇ ଅସାବଧାନତା ବଶଃ ଘର ପାଖରେ ଥିବା କୁଅ ଭିତରେ ପଡି ଯାଇଥିଲା ଶିଶୁପୁତ୍ରଟି । ପରିବାର ଲୋକେ ତାକୁ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ ।

ଦୀର୍ଘ ସମୟ ପାଇବା ପରେ ଶିଶୁ ପୁତ୍ରଟି କୁଅରେ ପଡି ଯାଇଥିବା ଜାଣିବାକୁ ପାଇଥିଲେ । ଏହାପରେ କୂଅ ଭିତରୁ ଶିଶୁପୁତ୍ରକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ବୋଲି ଘୋଷଣା କରିଥିଲେ । ଏନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଘସିପୁରା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like