ଜଙ୍ଗଲ ଗଲା ଯମୁନା, ଏବେ ଗତିିବିଧି ଉପରେ ନଜର

ଏନକ୍ଲୋଜରରୁ ଘଞ୍ଚ ଜଙ୍ଗଲରୁ ଗଲା ଯମୁନା । ୧୦ଦିନ ପରେ ଶିମିଳିପାଳ କୋର ଅଞ୍ଚଳକୁ ଛଡ଼ା ହେଲା ବାଘୁଣୀ ଯମୁନା । ଆଜି ଦିନ ୧୦ ଟା ରେ ଏନକ୍ଲୋଜରରୁ ଜଙ୍ଗଲକୁ ଛଡ଼ାଯାଇଛି ବାଘୁଣୀ । ଗତ ୨୭ ତାରିଖରୁ ମହାରାଷ୍ଟ୍ରର ତଡ଼ବାରୁ ଆଣି ବାଘୁଣୀକୁ ଏନକ୍ଲୋଜରରେ ରଖିଥିଲା ଶିମିଳିପାଳ କର୍ତ୍ତୃପକ୍ଷ ।  ଏବେ ବାଘୁଣୀ ଯମୁନା ଉପରେ ସ୍ଵତନ୍ତ୍ର ଟିମ୍ ନଜର ରଖିବ ।

ରେଡ଼ିଓ କଲର୍ ମାଧ୍ୟମରେ ତାର ଗତିବିଧି ଉପରେ ନଜର ରଖାଯିବ ।  ଶିମିଳିପାଳ ବାଘମାନଙ୍କ ସହ ଯମୁନା କିପରି ମିଳାମିଶା କରିବ ତା ଉପରେ ମଧ୍ୟ ନଜର ରଖିଛି ଶିମିଳିପାଳ କର୍ତ୍ତୃପକ୍ଷ ।  ଖୁବ୍ ଶୀଘ୍ର ଆଉ ଏକ ବାଘୁଣୀ ମହାରାଷ୍ଟ୍ରରୁ ଅଣାଯିବ।  ସେ ନେଇ ସ୍ଵତନ୍ତ୍ର ଟିମ୍ ଏବେ ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି ।

You might also like