ତେଜିଲା ଯାତ୍ରା କାଳାକାର ଓ ମାଲିକ ସଂଘ ବିବାଦ

ତେଜିଲା ଯାତ୍ରା କାଳାକାର ଓ ମାଲିକ ସଂଘ ବିବାଦ । ମୁହାଁମୁହିଁ ପବିତ୍ର ପାତ୍ର ଓ ବାପି ପଣ୍ଡା। କଳାକାର ସଂଘ ଉପରେ ବର୍ଷିଲେ ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର । ସେ କହିଛନ୍ତି, ଦମ ଅଛି ତ ଯାତ୍ରା ବନ୍ଦ କରି ଦେଖାଅ। ଯାତ୍ରା ପାର୍ଟି ଅଛି ବୋଲି କଳାକାର ଅଛନ୍ତି। ନ ହେଲେ ତୁମ ସତ୍ତା ନାହିଁ। ଅଗ୍ରୀମ ଟଙ୍କା ଫେରାଇ ଯାତ୍ରା ପାର୍ଟି ଛାଡିଦେବାକୁ କହିଛନ୍ତି ପବିତ୍ର। ସେହିପରି ମାଲିକଙ୍କୁ ଅସମ୍ମାନିତ କରିଥିବା ନରି ପଣ୍ଡା କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

କଳାକାର ସଂଘକୁ କଟାକ୍ଷ କରି ଦଶ ବାର ଜଣ ଆଗଧାଡିର କଳାକାର ଯାତ୍ରା ବନ୍ଦ କରିବେ ବୋଲି କହୁଛନ୍ତି। ସେମାନେ ଅନ୍ୟ ଛୋଟ ଛୋଟ କଳାକାରଙ୍କ ଦାନାରେ ଧୂଳି ଦେଉଛନ୍ତି ବୋଲି କହିଛନ୍ତି ପବିତ୍ର ପାତ୍ର। ଯାତ୍ରା ମାଲିକ ସଂଘ ସମାଧାନ କରିବାକୁ ପ୍ରସ୍ତୁତ ଅଛି ସେ କହିଛନ୍ତି। ସେପଟେ ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ରଙ୍କୁ ଅଭିନେତା ବାପି ପଣ୍ଡାଙ୍କ ଚ୍ୟାଲେଞ୍ଜ। ଦମ୍ ଅଛି ତ ବିନା କଳାକାରରେ ଯାତ୍ରା ଚଳାଇ ଦେଖ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ୧୦ଜଣ କଳାକାର ଚାହିଁଲେ ଗୋଟିଏ ମାଲିକ ତିଆରି କରିପାରିବେ ବୋଲି କହିଛନ୍ତି ଯାତ୍ରା କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା ।