ଅସରାଏ ବର୍ଷା ଗୁଳୁଗୁଳିରୁ ଆଣିଦେଲା ଆଶ୍ୱସ୍ତି: ଆଜି ପାଇଁ ୮ ଓ କାଲି ପାଇଁ ୧୬ ଜିଲ୍ଲାକୁ କାଳବୈଶାଖି ନେଇ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ୟୁଜ୍‌): ବଦଳୁଛି ପାଣିପାଗ ମିଜାଜ୍‌। ତାତିରୁ ମିଳିଲା ତ୍ରାହି । ଅସରାଏ ବର୍ଷା ଗୁଳୁଗୁଳିରୁ ଆଣିଦେଲା ଆଶ୍ୱସ୍ତି । କାଳବୈଶାଖି ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜି ପାଇଁ ୮ ଓ କାଲି ପାଇଁ ୧୬ ଜିଲ୍ଲାକୁ କାଳବୈଶାଖି ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଦୁଇଦିନ ବର୍ଷା ଲାଗି ରହିବ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହିତ ୩୦-୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି । ବର୍ତ୍ତମାନ ଓଡ଼ିଶା ଉପକୂଳ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରୟ ରହିଛି । ଏହାସହିତ ଉତ୍ତର ପ୍ରଦେଶରୁ ଝାଡଖଣ୍ଡ ପର୍ଯ୍ୟନ୍ତ ଏକ ନିମ୍ନଚାପ ରେଖା ଲମ୍ବିଛି । ଏହି ଦୁଇ ପ୍ରକାର ପାଣିପଗ ନିୟାମକ ଯୋଗୁ ରାଜ୍ରର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡିର ଆଶଙ୍କା ରହୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.