ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ୧୪ଟି ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଓଡିଶାର ୧୪ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ଆଜି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାକୁ ନଜରରେ ରଖି ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ମୟୂରଭଞ୍ଜ, ଙେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଗତ ୨୪ ଘଣ୍ଟାରେ ଅନୁଗୁଳରେ ୪୯.୦ ମିଲି ଲିଟର, ନୟାଗଡରେ ୪୬.୦ ଓ ବଲାଙ୍ଗିରରେ ୨୬.୦ ମିମି ବର୍ଷା ରେକର୍ଡ କରାଯାଇଛି । ଗତ କିଛି ଦିନ ହେବ ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ଲାରଗିହିଥିବାବେଳେ, ଚଳିତ ମାସରେ ମୌସୁମୀ କେରଳ ଛୁଇଁ ସାରିଛି ।

Leave A Reply

Your email address will not be published.