ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ ବିଭାଗ

 ଭୁବନେଶ୍ୱର : ୧୦ ତାରିଖରୁ ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।  ଗତ କାଲି ମୟୂରଭଞ୍ଜ ଜିଲ୍ଲାର ତଙ୍ଗରବଳଦ ସ୍ଥାନରେ ୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି  ।  ଆଗାମୀ ୨ ଦିନ ପରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବୃଦ୍ଧି  ପାଇବ ।  ଏବଂ କିଛି କିଛି ସ୍ଥାନ ରେ ପରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିବା ସମ୍ଭାବନା ରହିଛି ।

୯ ତାରିଖ ରେ କିଛି କିଛି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି, ପବନର ବେଗ ୪୦ ରୁ ୫୦ କିମି ଥିବା ବେଳେ ହାଲୁକା ରୁ ମଧ୍ୟମ ଧରଣ ବର୍ଷା ବିଜୁଳି ଘଡଘଡି ଦେଖିବାକୁ ମିଳିବ ମୟୂରଭଞ୍ଜ କେଉଁଝର ବାଲେଶ୍ୱର ମାଲକାନଗିରି କୋରାପୁଟ ରାୟଗଡ଼ା ଗଞ୍ଜାମ ଗଜପତି ଜିଲ୍ଲା ମାନଙ୍କରେ ।  ଅନ୍ୟ ଜିଲ୍ଲାର କିଛି କିଛି ସ୍ଥାନରେ ପବନର ବେଗ ୩୦ ରୁ ୪୦ କିମି ରହିଥିବା ବେଳେ ମୟୂରଭଞ୍ଜ ବାଲେଶ୍ୱର କେଉଁଝର ସୁନ୍ଦରଗଡ ଭଦ୍ରକ ବୌଦ୍ଧ ବଲାଙ୍ଗୀର ନୂଆପଡ଼ା ନବରଙ୍ଗପୁର ମାଲକାନଗିରି କୋରାପୁଟ ରାୟଗଡ଼ା ଗଜପତି ଗଞ୍ଜାମ ନୟାଗଡ କଳାହାଣ୍ଡି କନ୍ଧମାଳ ଜିଲ୍ଲା ମାନଙ୍କ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ଦେଖିବାକୁ ମିଳିବ ।

ଉପକୂଳ ଜିଲ୍ଲା ମାନଙ୍କ ରେ ଆଦ୍ରତା ଅଧିକ ରହିବା ସହ ଦକ୍ଷିଣ ପୂର୍ବ ପବନ ବହୁଥିବାରୁ ତାପମାତ୍ରା ବୃଦ୍ଧି ସହ ଆଦ୍ରତା ମଧ୍ୟ ବୃଦ୍ଧି ପାଉଛି ଯାହା ପାଇଁ ପାଣିପାଗ ବିଭାଗ ପକ୍ଷ ରୁ ୟିଲ୍ଲୋ ୱାର୍ଣ୍ଣିଂ  ଜାରି କରାଯାଇଛି ।  କାଲି ଉପକୂଳ ଜିଲ୍ଲା ମାନଙ୍କ ସହ ମୟୂରଭଞ୍ଜ କେଉଁଝର ବାଲେଶ୍ୱର ସୁନ୍ଦରଗଡ ବୌଦ୍ଧ ମାଲକାନଗିରି କୋରାପୁଟ ରାୟଗଡ଼ା ଗଜପତି ଗଞ୍ଜାମ କଳାହାଣ୍ଡି କନ୍ଧମାଳ ନବରଙ୍ଗପୁର ନୂଆପଡ଼ା ବଲାଙ୍ଗୀର ଜିଲ୍ଲା ମାନଙ୍କ ରେ ହାଲୁକା ବର୍ଷା ଦେଖିବାକୁ ମିଳିବ ।  ୧୦ ତାରିଖ ରୁ  ୧୪ ତାରିଖ ଯାଏଁ ହିଟ୍ ୱେବ୍ ପାଇଁ ୟାଲୋ ୱାର୍ଣ୍ଣିଂ  ଜାରି କରିଛି ପାଣିପାଗ ବିଭାଗ ।

ଝାରସୁଗୁଡ଼ା ସମ୍ବଲପୁର ବଲାଙ୍ଗୀର ବୌଦ୍ଧ ଜିଲ୍ଲା ମାନଙ୍କ ରେ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ଛୁଁଇବା ସମ୍ଭାବନା ରହିଛି ।  ୧୧ ତାରିଖ ରେ ଝାରସୁଗୁଡ଼ା ସମ୍ବଲପୁର ବଲାଙ୍ଗୀର ବୌଦ୍ଧ ସୁନ୍ଦରଗଡ ଜିଲ୍ଲା ମାନଙ୍କୁ ହିଟ ୱେବ୍ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ଉପକୂଳ ଓଡ଼ିଶାରେ ଆଦ୍ରତା ଅଧିକ ରହିବା ର ସମ୍ଭାବନା ରହିଛି । ୧୨ ତାରିଖ ରେ ନୟାଗଡ଼ ବରଗଡ଼ ସମ୍ବଲପୁର ବଲାଙ୍ଗୀର ବୌଦ୍ଧ ସୁନ୍ଦରଗଡ ଜିଲ୍ଲା ମାନଙ୍କ ରେ ହିଟ ୱେବ୍ ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି କରାଯାଇଥିବା ବେଳେ ଉପକୂଳ ଓଡ଼ିଶାରେ ଆଦ୍ରତା ଅଧିକ ରହିବ ।  ୧୩ ୧୪ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି କରାଯାଇଛି ।

Also read: ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି, ଆଗକୁ ୪୫ ଡିଗ୍ରୀ ଛୁଇଁପାରେ ପାରଦ