ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ୍): ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଆଡକୁ ମୁହାଁଇଛି। ଏହାର ପ୍ରଭାବରେ ଆଜି ପଶ୍ଚିମ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଆଜି ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସେହିପରି ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତାକାଲି ଠାରୁ କମିବ ଲଘୁଚାପ ପ୍ରଭାବ । ମୌସୁମୀ ସିିଜିନରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ରାଜ୍ୟରେ ଜୁନ ୧ରୁ ଆଜି ସୁଦ୍ଧା ରେକର୍ଡ ହୋଇଛି ୧୧୫୩.୩ ମିଲିମିଟର ବର୍ଷା । ଯାହାକି ସ୍ୱାଭାବିକ ବର୍ଷା ୧୦୯୯.୯ ମିଲିମିଟର ତୁଳନାରେ ୫ ପ୍ରତିଶତ ଅଧିକ। କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୬୪.୯ ମିଲିମିଟର ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୭.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ୫ ଜିଲ୍ଲାରେ ଅଧିକ ବର୍ଷା ଓ ବାକି ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.