୨୯ତାରିଖରୁ ବଢିବ ବର୍ଷାର ପରିମାଣ, ଆଗାମୀ ୨୪ ଘଣ୍ଟାରେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଜୁନ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା। ଜୁନ୧ରୁ ୨୭ ତାରିଖ ମଧ୍ୟରେ ରାଜ୍ୟରେ ୩୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ ୨୭ ସୁଦ୍ଧା ରାଜ୍ୟରେ ୧୧୮.୧ମିମି ବର୍ଷା ହୋଇଛି। ଏହି ସମୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୧୮୬. ୧ମିମି ହୋଇଥାଏ। ମୌସୁମୀର ଆଗମନ ପରେ ଜୁନ ୧୬ରୁ ୨୭ ତାରିଖ ମଧ୍ୟରେ ୯୭ ମିମି ବର୍ଷା ହୋଇଛି। କିନ୍ତୁ ଏହି ସମୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୧୦୬. ୮ ମିମି। ଜୁନ ୧୬ ତାରିଖ ପରେ ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ଭରଣା ହୋଇଛି।

ପୁରୀ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ସର୍ବାଧିକ ନିଅଣ୍ଟିଆ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୯ତାରିଖରୁ ବଢିବ ବର୍ଷାର ପରିମାଣ। ୨ତାରିଖ ଯାଏ ହେବ ବର୍ଷା। ଏହି ସମୟରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.