ଆସନ୍ତାକାଲିଠାରୁ ସଂସଦ ମୌସୁମୀ ଅଧିବେଶନ : ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସଂସଦ ମୌସୁମୀ ଅଧିବେଶନ। ଗୃହକାର୍ୟ୍ୟକୁ ସୁରୁଖୁରୁରେ ଚଳାଇବା ନେଇ, ଆଜି ସରକାର ଓ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ତା ପୂର୍ବରୁ ରଣନୀତି ପ୍ରସ୍ତୁତ କରିବାକୁ ଏକାଠି ହୋଇଥିଲେ ୧୩ଟି ବିରୋଧୀ ଦଳ। ନିଯୁକ୍ତି ସୁଯୋଗ, ଗୁଜବରୁ ଲୋକଙ୍କୁ ପିଟିପିଟି ହତ୍ୟା, ଦଳିତ ନିର୍ୟାତନା ଆଦି ପ୍ରସଙ୍ଗ ଉଠାଇବାକୁ ବିରୋଧୀ ଦଳ ନିଷ୍ପତ୍ତି ନେଇଛନ୍ତି। ଗତ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟରେ ବାରମ୍ବାର ଗୃହ ମୁଲତବୀ ରହିଥିଲା।

ଏଥିପାଇଁ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଦାୟୀ କରୁଛନ୍ତି। ଏଥର ମଧ୍ୟ ମୌସୁମୀ ଅଧିବେଶନ ବେଶ ସରଗରମ ରହିବା ଅନୁମାନ କରାଯାଉଛି। ଦେଶରେ ଅଧିକାଂଶ ସ୍ଥାନରେ ମବ୍ ଲିଞ୍ଚିଂ ଭଳି ଘଟଣା ଦେଖିବାକୁ ମିଳୁଛି। ଏହାସହ ଅନେକ ସ୍ଥାନରେ ମହିଳା ଓ ଦଳିତ ନିର୍ୟାତନା ଘଟଣା ବାରମ୍ବାର ଘଟୁଛି। ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରୟାସ କରି ପାରନ୍ତି।

Leave A Reply

Your email address will not be published.