ଆଇଏନଏସ୍ ଚିଲିକାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଆଇଏନଏସ୍ ଚିଲିକାରେ ଯୋଗ ଦିବସ ପାଳିତ ହୋଇଛି

ଆଇଏନଏସ୍ ଚିଲିକା ଠାରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ, ଜାହାଜ କର୍ମକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ । ଯୋଗର ସାମଗ୍ରିକ ଲାଭକୁ ବ୍ୟକ୍ତିଗତ ସୁସ୍ଥତା ଏବଂ ସାମାଜିକ ସମନ୍ୱୟ ପାଇଁ ଏକ ଚିକିତ୍ସା ଅଭ୍ୟାସ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ତେବେ ୨୧ ତାରିଖ ଯୋଗ ଦିବସ ପୂର୍ବରୁ ଦୀର୍ଘ ୧୪ ଦିନ ଧରି ବ୍ୟାପକ ଯୋଗ କାର୍ଯ୍ୟକ୍ରମ କରାଯାଇଥିଲା । ଯୋଗାଭ୍ୟାସରେ ସମସ୍ତେ ଅଂଶଗଅହଣ କରି ପାରିବେ ଏବଂ ଉପକୃତ ହୋଇ ପାରିବେ କୁହାଯାଇଥିଲା । ଯୋଗ ଶିକ୍ଷକମାନେ ଯୋଗର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ଆସନ, ପ୍ରାଣାୟାମ ଏବଂ ଧ୍ୟାନ କୌଶଳ ଶିଖାଇଥିଲେ । ଏହି ଅବସରରେ ଷ୍ଟେସନ କମାଣ୍ଡର ସିଏମଡି ଏନପି ପ୍ରଦୀପ ଭିଏସଏମ ଜାହାଜର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଯୋଗର ପ୍ରଭାବ ସମ୍ପର୍କରେ କହିଥିଲେ । ଯୋଗକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଯୋଗ ଦିବସ ପାଳନ ନୌସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରର ସାମଗ୍ରିକ ସୁସ୍ଥତା ଏବଂ ଏକତା ପ୍ରତି ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରିଛି ।