ମାଁ ଖମ୍ବେଶ୍ୱରୀଙ୍କ ରୋଷର ଶୀକାର ହେଲେ ଯୋଗୀ ! ଏବେ ପଥର କୋରଡରେ କରୁଛନ୍ତି ତପସ୍ଯା

ଉମରକୋଟ(କେନ୍ଯୁଜ୍): ଏବେ ଚାଲିଛି ପାର୍ବଣ ଋତୁ । ଚାଲିଛି ମାଁ ଜଗତ ଜନନୀଙ୍କ ନବରାତ୍ରୀ ଉତ୍ସବ । ତେବେ ରାଜ୍ଯର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରାରେ ଏହା ପାଳିତ ହୋଇଥାଏ । ଏହି ପରିପେକ୍ଷୀରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଐତିହାସିକ ସ୍ଥାନ ଉମରକୋଟର ପୋଡ଼ାଗଡ ଠାରେ ମଧ୍ୟ ଚାଲିଛି ନବରାତ୍ରି ପୂଜା । କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଏକ ଅନନ୍ଯ ଘଟଣା । ଜଣେ ଶିରା ମାଁ ଙ୍କ ନବରାତ୍ରି ପୂଜା ରେ ଯୋଗ ନଦେବାରୁ ମାଁ ଖମ୍ବେଶ୍ୱରୀଙ୍କ ରୋଷର ଶୀକାର ହେବାକୁ ପଡ଼ିଛି ତାଙ୍କୁ । ଯାହାଫଳରେ ମାଁ ତାଙ୍କୁ ଟାଣି ଆଣି ପୋଡ଼ାଗଡ ପର୍ବତରେ ତପସ୍ଯା କରିବାପାଇଁ ବସାଇଛନ୍ତି ବୋଲି ଜଣପାଡିଛି। ଦର୍ଶକବନ୍ଧୁ ଶିରା ହେଉଛନ୍ତି ଯାହାଙ୍କ ଦେହରେ ଦେବୀ ପ୍ରସନ୍ନ ହୋଇ ପ୍ରବେଶ କରିଥାନ୍ତି।

ଉମରକୋଟର ଐତିହାସିକ ପୀଠ ପୋଡ଼ାଗଡ ପର୍ବତମାଳାର ଘଞ୍ଚ ଜଙ୍ଗଲ ମଧ୍ୟରେ ପଥର କୋରଡରେ ତପସ୍ଯାରେ ବସିଛନ୍ତି ଜଣେ ଯୋଗୀ । ସେ ହେଉଛନ୍ତି ସ୍ଥାନୀୟ ରାଉତଗୁଡ଼ା ଗ୍ରାମର ପଦମ୍‌ ଶିରା । ଗତ ସାତ ଦିନ ଧରି ଅଖିଆ ଅପିଆ ହୋଇ ତପସ୍ଯାରେ ବସିଛନ୍ତି । ଚଳିତ ବର୍ଷ ପୋଡଗଡ ଅଞ୍ଚଳର ତିନି ମୁଠା ବା ତିନି ମୌଜା ହୀରାପୁର, ପରିଆ ଓ କାରଗାଁ କୁ ନେଇ ଏକାଠି ନବରାତ୍ରି ପାଳିତ ହେଉଛି । ଏହି ଅଞ୍ଚଳ ର ଇଷ୍ଟ ଦେବୀ ହେଉଛନ୍ତି ମାଁ ଖମ୍ବେଶ୍ୱରୀ ଏବଂ ତାଙ୍କ ଶିରା ହେଉଛନ୍ତି ପଦମ ଶିରା । କିନ୍ତୁ ନବରାତ୍ରି ରେ କୌଣସି କାରଣ ରୁ ପଦମ୍‌ ଶିରା ଯୋଗ ଦେଇନଥିଲେ । ଏଥିରେ ରାଗି ଯାଇ ମାଁ ଖମ୍ବେଶ୍ୱରୀ ପଦମ୍‌ ଶିରା ଙ୍କୁ ଟାଣି ଆଣି ଏହି ପଡ଼ଗଡ ପାହାଡ ରେ ବସାଇଛନ୍ତି ତପସ୍ଯା କରିବାପାଇଁ । ଏମିତି କି ତାଙ୍କୁ କିଛି ଖାଇବା ପିଇବାକୁ କୁ ଦେଉନାହାନ୍ତି ମାଁ ଖମ୍ବେଶ୍ୱରୀ । ତେଣୁ ପଦମ୍‌ ଶିରା ଅଖିଆ ପିଆ ହୋଇ ତପସ୍ଯା ରେ ବସିଛନ୍ତି ।

ଏହି ପର୍ବତରେ ବାଘ ଭାଲୁ ଭଳି ହିଂସ୍ର ଜନ୍ତୁ ରହିଥିଲେ ବି କୌଣସି ଡର ଭୟ ନାହିଁ ଏହି ଯୋଗୀଙ୍କୁ। ଏମିତି ସେ ନବମୀ ଯାଏ ବସିବେ । ନବମୀରେ ଏହି ତିନି ମୌଜାର ଗ୍ରାମବାସୀ ସେହି ସ୍ଥାନ ରେ ଥିବା ବାରାଗଡ ଦୂର୍ଦ୍ଧାନି ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବା ପରେ ପଦମ୍‌ ଶିରା ଙ୍କୁ ନବମୀ ପୂଜା ସ୍ଥଳଙ୍କୁ ନିଆଯିବ ଓ ସେଠାରେ ମାଁ ଖମ୍ବେଶ୍ୱରୀ ତାଙ୍କୁ କ୍ଷମା କରିବା ସହ ତପସ୍ଯା ରୁ ମୁକ୍ତି ଦେବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ପଦମ୍‌ ଶିରାଙ୍କ ତପସ୍ଯା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ବିଭିନ୍ନ ରୋଗରୁ ମୁକ୍ତି ପାଇବା ସହ ଅଞ୍ଚଳରେ ଉନ୍ନତି ହେବ ବୋଲି ବିଶ୍ୱାସ ରହିଛି । ତେବେ ବିଶ୍ୱାସ, ଅବିଶ୍ଵାସ ଓ ଅନ୍ଧ ବିଶ୍ୱାସ ମଧ୍ୟରେ ଆଧୁନିକ ଯୁଗରେ ବି ଏମିତି ଅନେକ ପାରମ୍ପରିକ ରୀତି ନୀତି ପରମ୍ପରା ଓ ଏମିତି ଘଟଣାକୁ ସ୍ଥାନୀୟ ବାସିନ୍ଦା ମାନିବାକୁ ବାଧ୍ୟ ହେଉଛନ୍ତି । ବର୍ତମାନ ଏହି ଯୋଗୀ ବା ପଦମ୍‌ ଶିରାଙ୍କୁ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଛି ।

 

Leave A Reply

Your email address will not be published.