ରାଜ୍ୟ

ଏମିତି ବିବାହ ଆପଣ କେବେ ଦେଖିନଥିବେ

ଭଦ୍ରକ(କେନ୍ୟୁଜ): ପ୍ରଥମେ ଦୁଇ ଜଣ ପ୍ରେମିକ ବାହାଘର ବରଯାତ୍ରୀ ପାଇଁ ପ୍ରେମିକାଙ୍କ ଗାଁ କୁ ଆସିଥିଲେ। ପରେ ପ୍ରେମ କରୁଥିବା ପ୍ରେମିକାଙ୍କ ଘରେ ଲୁଚି ରହିଥିଲେ ଏବଂ ଶେଷରେ ଜଣେ ପ୍ରେମିକଙ୍କୁ ଗାଁ ଲୋକ ମାନେ ଜୋର ଜବରଦସ୍ତ ଭାବେ ବାହାଘର କରାଇ ଦେଇଥିବା ବେଳେ ଅନ୍ଯ ଜଣେ ପ୍ରେମିକ ବିବାହିତ ଜାଣି ତାଙ୍କ ଠାରୁ ଜୋରିମାନା ନେଇ ଛାଡି ଦେଇଥିଲେ। ଏଭଳି ଏକ କୌତୁହଳ ପୂର୍ଣ୍ଣ ଘଟଣା କିପରି ଘଟିଛି ଭଦ୍ରକ ଜିଲ୍ଲା କାଉପୁର ପଂଚାୟତ ସିରାପୁର ଗାଁରେ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କାଉପୁର ପଂଚାୟତର ସିରାପୁର ଗାଁର ମଦନ ଜେନାଙ୍କ ବଡ଼ ଝିଅ କଲେଜରେ ପଢୁଥିବା ବେଳେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ଗାଁର ସତ୍ୟରଞ୍ଜନ ଜେନା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହିଭଳି ମଝିଆ ଝିଅର ବାଲେଶ୍ବର ଜିଲ୍ଲା କୁପାରି ରଟିନା ଗାଁର  ଯୁବକ ମାନସ ନାୟକ ସହ ରଂଗ ନମ୍ବରରୁ ପ୍ରେମ ଆରମ୍ଭ ହୋଇଥିଲେ । ମଦନ ଜେନାଙ୍କ ଶଳା ବାହାଘର ପାଇଁ ଦୁଇ ଝିଅ ତାଙ୍କ ଦୁଇ ପ୍ରେମିକଙ୍କୁ ବାହାଘର ବର ଯାତ୍ରୀ ଯିବା ପାଇଁ ଡାକିଥିଲେ । ବାହାଘର ସରିବା ପରେ ଦୁଇ ଝିଅ ପ୍ରେମିକ ଦ୍ଵୟଙ୍କୁ ନେଇ ରାତ୍ରିରେ ଘରେ ରହିଥିଲେ। ଏହି ଖବର ଗ୍ରାମବାସୀ ମାନଙ୍କୁ ହଜମ ହେଲାନାହିଁ। ଗାଁ ରେ ଏଭଳି ପରମ୍ପରା ନାହିଁ। ଏହି ପ୍ରେମିକ ମାନେ ଗାଁ କୁ ଆସି ଖରାପ ବିବାହ ପରମ୍ପରା ସୃଷ୍ଟି କଲେ ଦର୍ଶାଇ ହଠାତ୍ ଗାଁ ଲୋକ ମାନେ ମଦନଙ୍କ ଘରକୁ ଘେରାଉ କରିବା ସହ ପ୍ରେମିକ ଦ୍ଵୟଙ୍କୁ ନିଜ ହେପାଜତକୁ ନେଇଆସିଥିଲେ ।

ଦୀର୍ଘ ସମୟ ପାଟି ତୁଣ୍ଡ ଓ ମାଡ଼ପିଟ ପରେ ଉଭୟ ପୁଅଙ୍କୁ ଗୋଟେ ଘରେ ଅଟକ ରଖିବାପରେ ଦୁଇ ଝିଅଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ତେବେ ଗ୍ରାମବାସୀ ଦୁଇ ପ୍ରେମିକଙ୍କୁ ପଚରାପଚରି କରିବା ବେଳେ ଭଣ୍ଡାରିପୋଖରୀ ସରସଦା ଗାଁର ପ୍ରେମିକ ପ୍ରବର ବିବାହ ହେବା ପାଇଁ ରାଜି ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା କୂପାରି ରଟିନା ଗାଁର ମାନସ ଆଗରୁ ବାହା ହୋଇଥିବା ଜଣାପଡିଥିଲା । ଶେଷରେ ଗାଁ ଲୋକ ମାନସର ଧର୍ମପତ୍ନୀଙ୍କୁ ଘଟଣାସ୍ଥଳକୁ ଡାକି ସବୁ କଥା ଜଣାଇଥିଲେ । ଶେଷରେ ମାନସ ଗାଁ ଲୋକଙ୍କ ପାଖରେ ଭୁଲ ମାଗିବା ସହ ଜୋରିମାନା ଦେଇ ଘରକୁ ଫେରିଥିଲେ। ଶେଷରେ ଗାଁ ଲୋକ ମାନେ ଗାଁ ଗ୍ରାମ ଦେବତୀ ଙ୍କ ପୀଠରେ ବ୍ରାହ୍ମଣ ଡକାଇ ସତ୍ୟ ରଞ୍ଜନକୁ ହାତ ଗଣ୍ଠି ପକାଇ ବିବାହ କରାଇ ଛାଡି ଦେଇଥିଲେ।ତେବେ ଏହି ବିବାହ ତାଙ୍କ ବାପା ମା ଙ୍କ ଉପସ୍ଥିତ ରେ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସତ୍ୟ ରଞ୍ଜନ କହିଛନ୍ତି।

ସେହିପରି ଭାବେ ଗ୍ରାମବାସୀଙ୍କ ବିଚାର ଆଗରେ ନତମସ୍ତକ ହୋଇ ମଦନ ଜେନା ବିବାହରେ ରାଜି ହୋଇଥିଲେ ଓ ନିଜ ଝିଅର ବାହାଘର କରାଇଥିଲେ। ଅନ୍ଯ ପକ୍ଷରେ ଗ୍ରାମବାସୀ ମାନେ ପ୍ରେମ ସମ୍ପର୍କ କ ବିରୋଧ କରୁନଥିବା କହିବା ସହିତ ବିବାହ ପୂର୍ବରୁ ଗ୍ରାମ କୁ ଆସି ଏଭଳି ପରମ୍ପରା ସୃଷ୍ଟି କରୁଥିବା ଏବଂ ଏହା ଗ୍ରାମର ଅନ୍ଯ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡୁଥିବାରୁ ପ୍ରେମିକ ପ୍ରେମିକାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଏଭଳି ନିଷ୍ପତି ନିଆଯାଇଥିଲା ବୋଲି ଗାଁ ମୁଖିଆ କହିଛନ୍ତି। ତେବେ ସିରାପୁର ଗାଁ ରେ ଏଭଳି ଏକ ରୋମାଞ୍ଚକର ବିବାହକୁ ନେଇ ଏବେ ସବୁଠି ଆଲୋଚନା ହେଉଛି।

 

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

46 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago