ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପ୍ରେମ ଜନିତ ହତ୍ୟାକାଣ୍ଡ ନେଇ ସନ୍ଦେହ

ନୟାଗଡ଼(କେନ୍ୟୁଜ୍‌): ଘର ଭିତରେ ଯୁବକଙ୍କ ମୃତଦେହ। ମୃତ ଯୁବକ ଗଞ୍ଜାମ ଜିଲ୍ଲା ମନ୍ଦାର ନଳସାହିର ନୀଳା଼ଞ୍ଚଳ ପଣ୍ଡା। ନୟାଗଡ଼ ତୁଳସୀପୁରରେ ସେ ଏକ ଘର ଭଡ଼ା ନେଇ କଲେଜରେ ପାଠ ପଢୁଥିଲେ।

ଆଜି ସକାଳୁ ଘର ଭିତରୁ ରକ୍ତ ଧାର ବୋହୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ନୟାଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ମୃତଦେହ ବ୍ୟବଛେଦ ପାଇଁ ପଠାଯିବ। ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.