ଯୁବ ଡାକ୍ତରଙ୍କ ବଦାନ୍ୟତା, ମାଗଣା ଆୟୁର୍ବେଦିକ ଚିକିତ୍ସା ଶିବିର କରି ରୋଗୀଙ୍କୁ କଲେ ଚିକିତ୍ସା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କଳିଙ୍ଗ ନଗରରେ ଆଶୁ ଆରୋଗ୍ୟମ୍ ପକ୍ଷରୁ ଡା. ପୃଥ୍ୱୀରାଜ ସିଂହଙ୍କ ଦ୍ଵାରା ମାଗଣା ଆୟୁର୍ବେଦିକ ଚିକିତ୍ସା ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୫୦ରୁ ଅଧିକ ଲୋକ ନିଜ ଶାରୀରିକ ସମସ୍ୟା ସମ୍ପର୍କରେ ଡାକ୍ତର ସିଂହଙ୍କ ଠାରୁ ପରାମର୍ଶ ନେଇଥିଲେ। ଆଜିର ଶିବିର ବିଶେଷ କରି ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଓ ସ୍ନାୟୁଜନିତ ସମସ୍ୟାର ଚିକିତ୍ସା ଉପରେ ପର୍ଯ୍ୟବେସିତ ଥିଲା। ରୋଗୀଙ୍କୁ ଏ ଅବସରରେ ପଞ୍ଚକର୍ମ ଚିକିତ୍ସା ଦିଆଯାଇଥିଲା।

ଶିବିରକୁ ପରିଚାଳନା କରିବାରେ ଡା. ଆଶିଷ ଆଶୁତୋଷ ପ୍ରଧାନ ଓ ଡା. ପ୍ରୀତିଶ ସୁନ୍ଦର ସାହୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସୁଶାନ୍ତ ପ୍ରଧାନ ପରିଚାଳନା କରିଥିଲେ। ଆଗକୁ ବି ସଂସ୍ଥା ପକ୍ଷରୁ ଏଭଳି ଶିବିର ଆୟୋଜନ କରାଯାଇ ଲୋକଙ୍କୁ ପ୍ରାକୃତିକ ଉପାୟରେ ଚିକିତ୍ସା ଯୋଗାଯିବ ବୋଲି ଆୟୋଜକ ଡା. ପୃଥ୍ୱୀରାଜ ସିଂହ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.