ବାହାଘର ପାଇଁ ଝିଅ ଦେଖିବାକୁ ଯିବା ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ

ଭୁବନେଶ୍ୱର : ବାହାଘର ପାଇଁ ଝିଅ ଦେଖିବାକୁ ଯିବା ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ। ସାଙ୍ଗ ବାହାଘର ବାରାତିରେ ନାଚ ଏବଂ ଭୋଜି ଥିଲା ୩୦ ବର୍ଷୀୟ ସିଦ୍ଧି ନାଥ ସାହୁଙ୍କ ଶେଷ ଉତ୍ସବ। ଆଜି ଦେଖିବାକୁ ଯାଇଥାନ୍ତେ ଝିଅ, ଆଉ କିଛି ଦିନ ପରେ ବିବାହ ବି ହୋଇଥାନ୍ତା, କିନ୍ତୁ ସବୁ କିଛି ରହିଗଲା ଅଧାରେ।

ସୂଚନା ଅନୁଯାୟୀ ଭୁବନେଶ୍ୱର ବାଲିଅନ୍ତା ଗାଁର ସିଦ୍ଧି ନାଥ ସାହୁ ଗତକାଲି ରାତିରେ ସାଙ୍ଗ ବିବାହ ଭୋଜି ଖାଇ ଘରକୁ ଫେରୁଥିଲେ। ବାଟରେ ବାନ୍ତି ହେବାରୁ ସେ ନିଜେ ଚାଲି ଚାଲି କ୍ୟାପିଟାଲ ହସପିଟାଲରେ ପହଁଚିଥିଲେ। ତେବେ ରାତି ପ୍ରାୟ ୨ଟାବେଳେ ଡାକ୍ତର ଇନଜେକସନ୍‌ ଦେବାର ୫ ମିନିଟ୍‌ ପରେ ସିଦ୍ଧିନାଥଙ୍କ ମୃତ୍ୟୁ ହୋଇଥିଲା।

ତେବେ ଡାକ୍ତରଙ୍କ ଭୁଲ ଇନଜେକସନ ଯୋଗୁଁ ସିଦ୍ଧି ନାଥଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.