ରାଜଧାନୀରେ ପୁଣି ଲଭ ସେକ୍ସ ଧୋକା ଅଭିଯୋଗ: ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଗିରଫ ହେଲା ପ୍ରେମିକ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି  ଲଭ ସେକ୍ସ ଧୋକା ଅଭିଯୋଗ । ପ୍ରତିଶୋଧ ପାଇଁ ଭିଡିଓ ଭାଇରାଲ କରି ଗିରଫ ହେଲା ଅଭିଯୁକ୍ତ ପ୍ରେମିକ । ଅଭିଯୁକ୍ତ ସିତେଶ କୁମାର ପ୍ରଧାନଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ । ଅଭିଯୋଗ ଅନୁସାରେ ସିତେଶ ଅଢ଼େଇ ବର୍ଷ ହେବ ଜଣେ ଯୁବତୀଙ୍କ ସହିତ ସଂପର୍କରେ ଥିଲେ । ପୂର୍ବରୁ  ସିତେଶ ବିବାହ କରିଥିବା  ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କ ସହ ସଂପର୍କ କାଟି ଦେଇଥିଲେ । ତେବେ ସଂପର୍କ କାଟିବାରୁ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଜୁଆଲକୁ ଭାଇରାଲ କରିଦେଇଥିଲା ପ୍ରେମିକ ସିତେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.