କଟକ: ମାହାଙ୍ଗାରେ ନାବାଳିକା ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲା ଯୁବକ
ମାହାଙ୍ଗା(କେନ୍ୟୁଜ୍): ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ ପରେ ବନ୍ଧା ହେଲା ଯୁବକ। ଏହି ଘଟଣା ଆଜି ମାହାଙ୍ଗା ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଖବର ମୁତାବକ ଗତ କାଲି ମାହାଙ୍ଗା ବ୍ଲକ ହଳଦିଆ ଗ୍ରାମର ଜଣେ ୧୬ ବର୍ଷୀୟା କଲେଜ ପଢୁଆ ନାବାଳିକାକୁ ଓଳକଣା ଗ୍ରାମର ଅରକ୍ଷିତ ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ ହଳଦିଆ ହାଟ ନିକଟରୁ ମିଥ୍ୟା ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା। ପରେ କଟକରେ ରଖି ଦୁଷ୍କର୍ମ କରିଥିବା ଭଦ୍ରେଶ୍ୱର ଫାଣ୍ଡିରେ ପୀଡିତା ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି ।
ତେବେ ଆଜି ଉକ୍ତ ନାବାଳିକା ଓ ଯୁବକକୁ ପରିବାର ଲୋକ ସାଲେପୁରରୁ ଉଦ୍ଧାର କରି ଘରକୁ ଆଣିବା ସମୟରେ ସମ୍ପୃକ୍ତ ଯୁବକ ନାବାଳିକାର ଘର ନିକଟରେ ଅଟୋରୁ ଡେଇଁ ପଳାଇ ଯାଉଥିବାବେଳେ ଲୋକେ କାବୁକାରୀ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ରସିକିଆ ଯୁବକକୁ ଉଦ୍ଧାର କରିବା ସହ ଫାଣ୍ଡିକୁ ନେଇ ଅଟକ ରଖି ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି।