ମୋବାଇଲ ଟାଓ୍ଵାର ଉପରେ ଯୁବକଙ୍କ ହାଇ ଡ୍ରାମା, ଗୋଟିଏ ଜିଦ୍ ଆତ୍ମହତ୍ୟା କରିବି

ନୂଆପଡା (କେନ୍ୟୁଜ): ମୋବାଇଲ ଟାଓ୍ଵାର ଉପରେ ଯୁବକଙ୍କ ହାଇ ଡ୍ରାମା। ଯେତେ କହିଲେ ବି ଶୁଣୁ ନାହାଁନ୍ତି କି ବୁଝୁ ନାହାଁନ୍ତି। ଗୋଟିଏ ଜିଦ୍ ଆତ୍ମହତ୍ୟା କରିବି। ଟାଓ୍ଵାର ଉପରୁ ଡେଇଁ ମରିବି। କାହା କଥା ଶୁଣିବିନି, ଆଜି ମରିବି ତ ମରିବି। ଏମିତି କହି ଏକଦମ୍ ଟାଓ୍ଵାରର ଶୀର୍ଷରେ ଚଢ଼ି ଯାଇଛନ୍ତି ଯୁବକ।
ଆପଣ ଦେଖୁଥିବା ଏ ଚିତ୍ର ହେଉଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଘରଧରା ଗାଁରେ। ଯେଉଁଠି ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟାର ଧମକ ଦେଉଛନ୍ତି ଜଣେ ଯୁବକ । ଯୁବକଙ୍କ ନାମ ହେମନ୍ତ ରଣା ବୋଲି ଜଣାପଡିଛି।
ଗାଁର ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଥିବା ନଳକୂଅର ପାଣି ପାଇଁ ଦାବିକରି ଯୁବକ ଟାୱାର ଉପରେ ଚଢ଼ି ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି । ଖବର ପାଇ ଖଡିଆଳ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରିରଖିଛନ୍ତି ।