ପୁରୀରୁ ପୁଣି ଦବଙ୍ଗଗିରିର ଚିତ୍ର: ୧୯ ବର୍ଷର ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପାଖ ଗାଁର ଯୁବକ

ପୁରୀ(କେନ୍ୟୁଜ୍): ପୁରୀ ବାଲିଗୁଆଳି ଅଞ୍ଚଳରେ ଅଭାବନୀୟ ଚିତ୍ର । ୧୯ ବର୍ଷ ବୟସର ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପାଖ ଗାଁ ର ଯୁବକ । ସିସିଟିଭି ଫୁଟେଜରେ କଏଦ ହୋଇଛି ଏଭଳି ଅମାନବୀୟ ଦୃଶ୍ୟ । ଦିବ୍ୟାଙ୍ଗ ଯୁବକ ଜଣକ ବାଳିଗୁଆଳି ଗାଁର । ଯୁବକ ଜଣକ ପିଲାଟି ଦିନରୁ କହି ଶୁଣି ପାରୁ ନଥିବା ବେଳେ ସେହି ଗାଁର ଜଣେ ଯୁବକ ତାଙ୍କ ସହ ଇଙ୍ଗିତରେ ଲାଗୁଥିଲେ ।

ଦିବ୍ୟାଙ୍ଗ ଯୁବକ ଏଥିରେ ଚିଡ଼ି ଯାଇ ଚାଡାଉଥିବା ଯୁବକଙ୍କ ଗାଡିରେ ନିଜ ସାଇକେଲକୁ ମାଡ଼ କରିଥିଲେ । ଏଥିରେ ସମ୍ପୃକ୍ତ ଯୁବକ ରାଗି ଜାଇ ଦିବ୍ୟାଙ୍ଗ ଯୁବକଙ୍କୁ ଗୋଡ଼ାଇ ଗୋଡାଇ ପିଟିବା ସହ ତାଙ୍କୁ ଲହୁଲୁହାଣ କରିଥିଲେ । ଏନେଇ ପେଣ୍ଠକଟା ମାରାଇନ୍‌ ଥାନାରେ ଅଭିଯୋଗ ହୋଇଛି ।