ଏମିତି ବି ଆସେ ମୃତ୍ୟୁ ! କାମ କରିବାକୁ ପୁରୀ ଯାଉଥିବା ବେଳେ ବାଲୁଗାଁ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡି ଆଖି ବୁଜିଲେ ଯୁବକ
ବ୍ରହ୍ମପୁର(କେନ୍ୟୁଜ୍): କାମ କରିବାକୁ ପୁରୀ ଯାଉଥିଲେ । ହେଲେ ବାଲୁଗାଁ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡିଲେ । ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ବଉଳଘାଇର ସୁନୀଲ ସ୍ୱାଇଁ । ତିନି ବର୍ଷ ତଳେ ବିବାହ କରିଥିବା ସୁନୀଲଙ୍କର ଦେଢ଼ ବର୍ଷର ଶିଶୁ କନ୍ୟାଟିଏ ଅଛି । ସୁନୀଲଙ୍କ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଗାଁ ରେ ବି ଶୋକର ଛାୟା ଖେଳିଯାଇଛି । ସୁନୀଲଙ୍କ ମୃତ୍ୟୁ ଖବର ପାଇବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ସେପଟେ ସୁନୀଲଙ୍କ ପରିବାର ଲୋକ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ।