ନବରଙ୍ଗପୁର: ଲଜରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ନବରଙ୍ଗପୁର(କେନ୍ୟୁଜ୍): ନବରଙ୍ଗପୁର ସହର ସ୍ଥିତ ସନ୍ତୋଷୀ ଲଜର କର୍ମଚାରୀ ମନୋଜ ନାୟକ ନାମକ ୨୮ ବର୍ଷ ଯୁବକ ବେକରେ ଦୌଡ଼ି ଦେଇ ଆତ୍ମ ହତ୍ୟା କରିଥିବା ଅଭିଯୋଗ l ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  l

ଆଜି ସକାଳୁ   ଘରେ କୌଣସି ଏକ ଘଟଣାକୁ ନେଇ  ମନୋଜ ଏବଂ ତାଙ୍କ ପରିବାର ଲୋକଙ୍କ ଭିତରେ ଝଗଡା ହେଇଥିଲା ପରେ ସେ ଘରୁ ବାହାରକୁ ଚାଲିଯାଇଥିଲେ। ହେଲେ ସନ୍ଧ୍ୟାରେ ହୋଟେଲର ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଏବଂ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.