ମଜା ମଜଲିସରୁ ଫୁଟିଗଲା ଗୁଳି: ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର

ବାଲେଶ୍ଵର(କେନ୍ୟୁଜ୍): ବିଳମ୍ବିତ ରାତିର ବାଲେଶ୍ଵରରେ ଗୁଳିକାଣ୍ଡ। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ ଫୁଟିଲା ଗୁଳି। ଯୁବକଙ୍କ ଆଖିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡର ଶିକାର ହୋଇଥିବା ଗୁରୁତର ଯୁବକ ହେଲେ ସ୍ଥାନୀୟ କମଲ କୁମାର ଦାସ ।

ଘଟଣା ଅନୁସାରେ ଗତକାଲି ଆର୍ତ୍ତ କବିରାଜ ଗଳିରେ ଗୁରୁତର କମଲ ସାଙ୍ଗ ମାନଙ୍କ ସହ ଖଟି କରୁଥିବା ବେଳେ ସେହି ସମୟରେ ସୁଜଲ କୁମାର ଚୌଧୁରୀ ନାମକ କମଲଙ୍କ ଅନ୍ୟତମ ସାଙ୍ଗ ଆସି ପହଞ୍ଚିଥିଲା । ଉଭୟଙ୍କ ମଧ୍ୟରେ ମଜା ମଜଲିସ ହେଉ ହେଉ ସୁଜଲ ହାତରେ ଧରିଥିବା ଦେଶୀ ବନ୍ଧୁକ ଫୁଟି ଯାଇଥିଲା । ଫଳରେ ଘଟଣା ସ୍ଥଳରେ କମଲ ପଡ଼ିଯାଇଥିବା ବେଳେ ସାଙ୍ଗ ସୁଜଲ ଚୌଧୁରୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ତେବେ ଗତ ରାତ୍ରିରେ ଅଭିଯୁକ୍ତ ସୁଜଲ କୁମାର୍ ଚୌଧୁରୀଙ୍କୁ ଗିରଫ କରଯାଇଥିବା ଜଣାପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.