ଜୟପୁର : ହୋଟେଲ ମାଲିକଙ୍କ ବିରୋଧରେ ଯୁବତୀଙ୍କ ସାଂଘାତିକ ଅଭିଯୋଗ, ଥାନାରେ ମାମଲା

ଜୟପୁର(କେନ୍ୟୁଜ୍): ହୋଟେଲ ମାଲିକଙ୍କ ବିରୋଧରେ ଯୁବତୀଙ୍କ ଦୁର୍ବ୍ୟବହାର ଅଭିଯୋଗ। ଜୟପୁର ଏକ ପ୍ରମୁଖ ହୋଟେଲ ମାଲିକଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆଣି ଥାନାରେ ପହଞ୍ଚିଛନ୍ତି ଅଭିଯୋଗକାରିଣୀ। ଗତ ୨୩ତାରିଖରେ ଜୟପୁର ସହରରେ ଜଣେ ଯୁବତୀ ନିଜେ କାମ କରୁଥିବା ହୋଟେଲ ମାଲିକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏମିତି କି ହୋଟେଲ ମାଲିକ ତାଙ୍କୁ ନିଶା ଦ୍ରବ୍ୟ ପିଇବାକୁ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ ଯୁବତୀ ଜଣକ । ଯୁବତୀଙ୍କ ନିଜ ଅଭିଯୋଗର ଏକ  ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ।

ବର୍ତ୍ତମାନ ଅଭିଯୋଗକାରିଣୀ ଯୁବତୀ ଜଣକ ଏନେଇ ହୋଟେଲ ମାଲିକଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ମହିଳା ଥାନା ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।

ସେପଟେ ହୋଟେଲ ମାଲିକ ଜଣକ ମଧ୍ୟ ଜୟପୁର ଟାଉନ ଥାନାରେ ଉକ୍ତ ଯୁବତୀଙ୍କ ବିରୋଧରେ ବ୍ଲାକମେଲିଂ କରି ଟଙ୍କା ମାଗିବା ଓ ହତ୍ୟା ଧମକ ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଘଟଣାରେ ଦୁଇଟି ଥାନାରେ ଦୁଇଟି ଅଭିଯୋଗକୁ ନେଇ ପୋଲିସ ତଦନ୍ତ କରିବ ବୋଲି କହିଛନ୍ତି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.