ଫେସବୁକ ଲାଇଭ ଭିଡିଓରେ ଅଶାଳୀନ କମେଣ୍ଟ କରିଥିଲେ ଯୁବକ, ବିଚ୍ ରାସ୍ତାରେ ପିଟିଲେ ଯୁବତୀ

ଅନୁଗୁଳ(କେନ୍ୟୁଜ୍): ଫେସବୁକ ଲାଇଭ ଭିଡିଓରେ ଅଶାଳୀନ କମେଣ୍ଟ କରିଥିବା ଯୁବକକୁ ବିଚ ରାସ୍ତାରେ ମାଡ଼ ମାରିଲେ ଯୁବତୀ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପାଲଲହଡା ଖମାର ଅଞ୍ଚଳରେ। ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି।

ପୂର୍ବରୁ ସମ୍ପୃକ୍ତ ଯୁବତୀ ଜଣଙ୍କୁ ଅଶ୍ଳୀଳ କମେଣ୍ଟ ମାରିଥିଲେ  ଯୁବକ ଜଣକ। ଯାହା ଫଳରେ ଯୁବତୀ ଜଣକ ବିଚ ରାସ୍ତାରେ ଯୁବକଙ୍କୁ ର୍ନିଧୁମ ମାଡ ମାରିଥିଲେ । ସେପଟେ ଏହି ଘଟଣାରେ କୌଣସି ଅଭିଯୋଗ ହୋଇଥିବା ସୂଚନା ମିଳିପାରିନାହିଁ।