ଫେସବୁକ୍‌ରେ ସାଙ୍ଗ ହେବା ପରେ ଅଶ୍ଲୀଳ ଭିଡିଓ ଦେଖାଇ ଯୁବକଙ୍କୁ ବ୍ଲାକମେଲ୍ କରୁଛନ୍ତି ଯୁବତୀ, କ୍ରାଇମବ୍ରାଞ୍ଚ ସାଇବର ସେଲରେ ମାମଲା

କେନ୍ୟୁଜ୍(ବ୍ୟୁରୋ):  ଫେସବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଗ୍ରହଣ କରିବା ମହଙ୍ଗା ପଡିଲା । ଅଜଣା ଯୁବତୀଙ୍କ ସହ ଫେସବୁକ୍‌ରେ ସାଙ୍ଗ ହେବା ପରେ ଅଡୁଆରେ ପଡ଼ିଛନ୍ତି କଟକର ଜଣେ ଯୁବକ । ତାଙ୍କର ଅଭିଯୋଗ ଅଜଣା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରି ଭିଡିଓ କଲ୍‌ରେ ଜଣେ ଯୁବତୀ ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇଲେ । ଆଉ ସେହି ସମୟରେ ସେସବୁ ରେକର୍ଡ କରି ଯୁବକ ଜଣକୁ ବ୍ଲାକ ମେଲ୍‌ କରିବାକୁ ଆରମ୍ଭ କରିଛନ୍ତି ।

୩୦ ହଜାର ଟଙ୍କା ନଦେଲେ ସେହି ଭିଡିଓକୁ ଭାଇରାଲ କରି ଦେବେ ବୋଲି ଯୁବକଙ୍କୁ ଧମକ ଦେଇଛନ୍ତି । ଏଭଳି ସ୍ଥିତିରେ ଯୁବକ ଜଣକ ଏବେ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ର ଦ୍ୱାରସ୍ତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.