ମହାନଦୀକୁ ଡେଇଁଲେ ଯୁବତୀ, ଉଦ୍ଧାର କାର୍ଯ୍ୟ ଜାରି

ଜଗତସିଂହପୁର: ପୋଲ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ । ଜଗତସିଂହପୁର ଜିଲ୍ଲା ତାର୍ତ୍ତୋଲ ଥାନା ଅଞ୍ଚଳରେ ମହାନଦୀର ତାରତୋଲ ପୋଲରୁ ଡେଇଁ ଯୁବତୀ ନିଖୋଜ । ଯୁବତୀଙ୍କ ପରିଚୟ ମିଳି ପାରିନାହିଁ । କଣ ପାଇଁ ସେ ମହାନଦୀକୁ ଡେଇଁଲେ ଜଣାପଡ଼ିନାହିଁ ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୧୦ଟାରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ନିକଟକୁ ଏକ କଲ୍‌ ଯାଇଥିଲା । ଜଣେ ଯୁବତୀ ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଥିବା ଅପର ପାର୍ଶ୍ୱର ବ୍ୟକ୍ତିଜଣକ କହିଥିଲେ ।  ଯୁବତୀଙ୍କ ଘର କେଉଁଠି, ସେ ତାରତୋଲକୁ କିପରି ଆସିଲେ ଓ କାହିଁକି ଡେଇଁଲେ ସେ ନେଇ ସଠି ସୂଚନା ମିଳି ପାରିନି । ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେହିପରି ଆଜି ସକାଳେ କଟକ ଯୋବ୍ରା ଆନିକଟ ବ୍ରିଜ ନିକଟରେ ଜଣେ ମହିଳା ନଦୀ ଭିରକୁ ଡେଇଁ ପଡ଼ିଥିଲେ । ଉଦ୍ଧାର କରିବା ସମୟରେ ଉଭୟ ମହିଳା ଓ ବାବୁଲି ବେହେରା ଆହତ ହୋଇଛନ୍ତି ।  ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି କଟକ SCBରେ ଭର୍ତ୍ତି କରିଥିଲେ ।  ତେବେ ଉଦ୍ଧାର ପରେ ମହିଳା ଜଣକ କହିଥିଲେ ଯେ , ମୁଁ ଜୀବନ ହାରିବାକୁ ଆସିନଥିଲି । ମୁଁ ଠାକୁର ଧାନ, ମାଣ ପେଡି, କଉଡ଼ି, ଗୁଆ ପକେଇବାକୁ ମହାନଦୀକୁ ଆସିଥିଲି ।  ମହିଳାଙ୍କ ଘର ଭୁନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ।