ରାଜ୍ୟ

ଗିନିଜ୍ ବୁକ୍ ରେକର୍ଡ ନିଶା: ଆଙ୍ଗୁଠି ଉପରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ୍ ବ୍ୟାଲାନ୍ସ କଲେ ଯୁବକ

କଣ୍ଟାବାଞ୍ଝି(କେନ୍ଯୁଜ୍): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଜାମୁଟଝୁଲା ଗାଁର ରାଜଗୋପାଳ ଭୋଇ। ଯିଏ ଆଙ୍ଗୁଠି ଉପରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ ବାଲାନ୍ସ କରି ଗିନିଜ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି । ତେବେ ପୂର୍ବରୁ ୨ ଘଣ୍ଟା ୨୨ ମିନିଟ ୨୨ ସେକଣ୍ଡ ହକି ଷ୍ଟିକ୍‌ ରଖି ଗିନିଜ ରେକର୍ଡର ଅଧିକାରୀ ହୋଇଥିଲେ କର୍ଣ୍ଣାଟକର ହିମାଂଶୁ ଗୁପ୍ତା। ଏବେ ଏହି ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ରାଜ ଗୋପାଳ।

ହରିଭବନ ଠାରେ ଗିନିଜ ବୁକ ରେକର୍ଡ ରଖିବା ନିଶାରେ ରାଜ ଗୋପାଳ ଭୋଇ ବିଶ୍ୱରେ ସବୁଠାରୁ ବେଶୀ ସମୟ ଏକ ଆଙ୍ଗୁଠିରେ ହକି ଷ୍ଟିକ ବ୍ୟାଲାନ୍ସ କରି ରଖିଥିଲେ । ତେବେ ସତ୍ୟପୀର ବ୍ରଧାନଙ୍କର ଗିନିଜ ବିଶ୍ୱ ରେକର୍ଡ ଦେଖି ତାଙ୍କଠୁ ଅନୁପ୍ରେରିତ ହୋଇଥିଲେ ରାଜ ଗୋପାଳ। ତାଙ୍କ ମନରେ ରେକର୍ଡ କରିବା ପାଇଁ ଇଛା ଉତପର୍ଣ ହୋଇଥିଲା। ତାପରେ ହକି ଷ୍ଟିକ ବ୍ୟଲାନ୍ସରେ ରେକର୍ଡ କରିବେ ବୋଲି ସେ ସ୍ଥିର କଲେ । ପାଖାପାଖି ଦେଢ଼ ବର୍ଷ ହେବ ସେ ଏହି ଅଭ୍ୟାସ କରି ଆସୁଛନ୍ତି ।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଟାଇମ କିପର ଭାବେ ବୈଷ୍ଣବ କବାଟ ଏବଂ ଅଜୁ ଜାନୀ, ସାକ୍ଷୀ ପ୍ରମାଣ ପାଇଁ ଘନ ସତନାମୀ ଏବଂ ଦୋଳ ନେତ୍ର ମାଝି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସତ୍ୟପୀର ପ୍ରଧାନ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼ାଇ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦନଙ୍କେଳ, ବରିଷ୍ଠ କ୍ରୀଡାବିତ ବିଜୟ ବଂସଲ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

Sonalisa

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

3 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago