ଯୁବକଙ୍କୁ ପିଟିପିଟି ହତ୍ୟା, ହତ୍ୟାର କାରଣ ଅସ୍ପଷ୍ଟ

ବଲାଙ୍ଗିର : ବଲାଙ୍ଗିରରେ ପୁଣି ହତ୍ୟା। ଯୁବକଙ୍କୁ ପିଟିପିଟି ହତ୍ୟା। ବଲାଙ୍ଗିର ଟାଉନ ଥାନା ବିଷ୍ଣୁମୁଣ୍ଡାରେ ପାନ ଦୋକାନୀ ମନୋଜ ନାଏକଙ୍କ ହତ୍ୟା କରି ଦୁର୍ବୃତ୍ତ ଫେରାର । ବିଦ୍ୟୁତ ନଥିବାରୁ ଅନ୍ଧାର ହୋଇଥିବା ସମୟରେ ଦୋକାନ ଆଗରେ ମନୋଜକୁ ଆକ୍ରମଣ କରିଥିଲା ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମନୋଜକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଳ କଲେଜ ହସ୍ପିଟାଲକୁ ଅଣାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଘଟଣାସ୍ଥଳ କୁ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର କାରଣ ଜଣାପଡିନାହିଁ l ଦୁଇଦିନ ପୂର୍ବରୁ ଗାଁର କିଛି ଲୋକ ଙ୍କ ସହିତ ମନୋଜଙ୍କ ଝଗଡା ହୋଇଥିବା ବେଳେ ଆଜି ମନୋଜକୁ କିଏ ହତ୍ୟା କରିଛି ଜଣା ପଡ଼ିନାହିଁ ? ।