ବରଗଡ଼: ଯୁବକଙ୍କ ଗଳା କଟା ମୃତଦେହ ଠାବ

ବୀଭତ୍ସ ହତ୍ୟା। ଯୁବକଙ୍କ ଗଳାକାଟି ହତ୍ୟା । ବରଗଡ଼ ତଳିପଡା କେଶବନଗର ନଦୀପଡାର ଏକ ଘର ସାମ୍ନାରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ପଦ୍ମପୁରର ରାକେଶ ପ୍ରଧାନ ଓରଫ ରାଜୁ ।

ବରଗଡ଼(କେନ୍ୟୁଜ୍‌): ବୀଭତ୍ସ ହତ୍ୟା। ଯୁବକଙ୍କ ଗଳାକାଟି ହତ୍ୟା। ବରଗଡ଼ ତଳିପଡା କେଶବନଗର ନଦୀପଡାର ଏକ ଘର ସାମ୍ନାରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ପଦ୍ମପୁରର ରାକେଶ ପ୍ରଧାନ ଓରଫ ରାଜୁ।

ରାଜୁ ବରଗଡ଼ରେ ଘର ଭଡ଼ା ନେଇ ଶ୍ରମିକ ଭାବେ କାମ କରୁଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେନେଇ କାରଣ ଜଣାପଡିନି। ବରଗଡ଼ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।