ଆଳି : ଇଟାଲୀରୁ ୨୫ଲକ୍ଷ ଟଙ୍କା ସହାୟତା ଆସିଥିବା କହି ଯୁବକଙ୍କ ଠାରୁ ୨ଲକ୍ଷ ୫ହଜାର ଟଙ୍କା ଠକି ନେଲେ ସାଇବର ଠକ । ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁର ବିରେନ ବାରିକ୍ । ଏନେଇ ସେ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଗତ ୨୫ତାରିଖ ଦିନ ବିରେନ insta graam ଚଲାଉ ଥିବା ବେଳେ ହଠାତ ଏକ ଅଜଣା ମୋବାଇଲ ନମ୍ବରରୁ ତାଙ୍କ ପାଖକୁ କଲ ଆସିଥିଲା । କହିଥିଲେ ଯେ,ତୁମ ଆକାଉଣ୍ଟକୁକୁ ୨୦ହଜାର ଡଲାର ଯାଇଛି ।
ପରେ ପରେ ଅନ୍ୟ ଏକ ମୋବାଇଲ ନମ୍ବରରୁ ବ୍ୟାଙ୍କ ମ୍ୟାନେଜରର ପରିଚୟ ଦେଇ ଜଣେ ବ୍ୟକ୍ତି ବିରେନଙ୍କ ସହ କଥା ହୋଇଥିଲେ ।୨୦ହଜାର ଡଲାର ପାଇବା ପାଇଁ ହେଲେ ବ୍ୟାଙ୍କର ପ୍ରୋସେସିଂ ଫିସ ଦେବାକୁ ପଡିବ । ଟଙ୍କା ପଠାଇବା ପାଇଁ ବିରେନଙ୍କୁ ଏକ ଆକାଉଣ୍ଟ ନମ୍ବର ଦିଆଯାଇଥିଲା । ସେଥିରେ ବିରେନ ପ୍ରଥମେ ୭ହଜାର ଟଙ୍କା ପଠାଇଥିଲେ ।ଏହା ପରେ ସାଇବର ଠକମାନେ ବିଭିନ୍ନ ଆଳଦେଖାଇ ବିରେନଙ୍କ ଠାରୁ ୨ଲକ୍ଷ ୫ହଜାର ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଶେଷରେ ବିରେନ ଠକେଇର ଶିକାର ହୋଇଥିବା ଜାଣିବା ପରେ ଆଳି ଥାନାରେ ପହଁଚି ଏତଲା କରିଛନ୍ତି ।